ପୁରୁଷୋତ୍ତମପୁର,୨୮/୦୫:(ଶୁଭଙ୍କରୀ ଦାଶ):ପୁରୁଷୋତ୍ତମପୁର ବ୍ଲକ୍ ଅନ୍ତର୍ଗତ କେ ଏନ ପୁର ପଞ୍ଚାୟତ ଅନ୍ତର୍ଗତ ଅଲାଡ଼ି ଗାଁ ର ଗେଲ୍ଲୀ ଝିଅ ସନ୍ତୋଷୀନି ପାତ୍ର *ଓପିଏସସି* ରେ ୧୬୭ ତମ ସ୍ଥାନ ପ୍ରାପ୍ତ କରିଥିବାରୁ ତାଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇଛନ୍ତି ଗ୍ରାମବାସୀ ଓସମସ୍ତେ | ଏହା ପୁରୁଷୋତ୍ତମପୁର ମାଟି ପାଈଁ ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ ଅଟେ । ପ୍ରଥମ ଥର କରି ଜଣେ ଝିଅ ବ୍ଳକ ସ୍ତରରେ ଓପିଏସ ସି ପାଇଛନ୍ତି | ଦୃଢଇଚ୍ଛାଶକ୍ତି ଆଗରେ ସବୁକିଛି ହାର ମାନିଯାଏ ଏହା ଦେଖାଇ ଛନ୍ତି | ସଂକଳ୍ପ କଲେ ନାରୀମଧ୍ୟ ଯେକୌଣସି କାର୍ଯ୍ୟରେ ସୁନାମ ଅର୍ଜନ କରିପାରିବ ଏହା ସନ୍ତୋଷୀଙ୍କ ସଫଳତା ଦର୍ଶାଇ ଦେଉଛି। ବହୁ ବର୍ଷର ଅଧ୍ୟବସାୟ, ପରିଶ୍ରମ ଓ ଧୈର୍ଯ୍ୟର ଫଳସ୍ବରୂପ ଆଜି ସଫଳତା ମିଳିଛି | ଏହି ସଫଳତା ସଂଘର୍ଷର ପ୍ରତ୍ୟେକ ମୁହୂର୍ଭକୁ ସାର୍ଥକ କରିଦେଇଛନ୍ତି ତାଙ୍କ ପିତା ମାତା, ଗୁରୁଜନ ଓ ଶିକ୍ଷକ, ଶିକ୍ଷୟତ୍ରୀ ଓ ଗ୍ରାମବାସୀ ମାନେ | ତେଣୁ ସେ ସମସ୍ତଙ୍କ ପାଖରେ ଚିର ଋଣୀ ବୋଲି ମତ ଦେଇଛନ୍ତି | ଏହି ସଫଳତାର ବିଷୟ ଶୁଣି ଗର୍ବ ଅନୁଭବ କରିଛନ୍ତି କେ ଏନ ପୁର ସରପଞ୍ଚ ରାଜ ଲକ୍ଷ୍ମୀ ବେହେରା ଓ ସମିତି ସଭ୍ୟା ଶାରଳା ବେହେରା ଏବଂ ଗ୍ରାମବାସୀଙ୍କ ସହିତ ସମାଜ ସେଵୀ ଏନ ରାମଚନ୍ଦ୍ର ରେଡ଼ୀ | ରାମଚନ୍ଦ୍ର ରେଡ଼ୀ ତାଙ୍କୁ ପ୍ରଥମେ ନିଜ ଗାଁ ରେ ଟିୟୁସନ ପାଠ ପଢାଇ ଶିକ୍ଷା ଗୁରୁ ହୋଈ ଥିଲେ | ଆଜି ତାଙ୍କ ଛାତ୍ରୀ ବ୍ଳକ ପାଇଁ ଓ ନିଜ ଗାଁ ପାଇଁ ଗର୍ବ ଓ ଗୌରବ ଆଣିଦେଇଛନ୍ତି | ସମସ୍ତେ ସନ୍ତୋଷିନୀ ଙ୍କୁ ଅଭିନନ୍ଦନ ଓସୁଭେଚ୍ଛା ଜଣାଇବା ସହିତ ତାଙ୍କର ଭବିଷ୍ୟତ ଉଜ୍ବଳ ହେଉ ଏହା ଏହା ଠାକୁର ଙ୍କ ପାଖେ ପାର୍ଥନା କରିଛନ୍ତି |

