ଭଞ୍ଜନଗର,୫/୫,(ନିଲୁ ବିଷୋୟୀ): ବେଲଗୁଣ୍ଠା ବ୍ଲକ ପାଇଲିପଡା ନାରାୟଣ ପୃଷ୍ଟି ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୯୫ ମ୍ୟାଟ୍ରିକ ବ୍ୟାଚର ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନେଇ କ୍ଷତ୍ରିୟବରପୁର ସ୍ଥିତ ମାଁ ବୁଢାକେନ୍ଦୁ ଠାରେ ବନ୍ଧୁମିଳନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସମସ୍ତ ସହପାଠୀଙ୍କ ସହିତ ବରେଣ୍ୟ ଅତିଥି ଭାବେ ବିଦ୍ୟାଳୟର ଶିକ୍ଷକ ମାନେ ଉପସ୍ଥିତି ଥିଲେ। ଗୁରୁ ରାମନାରାୟଣ ପଣ୍ଡା, ଗୁରୁ ମୋହନ ବେହେରା, ଗୁରୁ ବିଶ୍ୱନାଥ ତ୍ରିପାଠୀ, ଗୁରୁ ରାଜେନ୍ଦ୍ର କୁମାର ମଲ୍ଲିକ,ଗୁରୁ ସନ୍ତୋଷ କୁମାର ଗୌଡ଼, କ୍ଳାର୍କ ଶ୍ରୀମତୀ ସ୍ୱପ୍ନା ମ୍ୟାଡ଼ାମ, ଦୁଇ ପିଅନ ପିଅନ ରଙ୍କନିଧି ଓ ଦଣ୍ଡପାଣି ପ୍ରମୁଖ ମଞ୍ଚାସୀନ ଥିଲେ। ମାନପତ୍ର ଓ ଉପଢୌକନ ପ୍ରଦାନ ପୂର୍ବକ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା କରି ସମସ୍ତ ଗୁରୁଙ୍କୁ ସଂମ୍ମାନୀତ କରାଯାଇଥିଲା। ଛାତ୍ର ଗୌରୀ ଶଙ୍କର ଦାସ ପ୍ରାରମ୍ଭିକ ସଙ୍ଗୀତଗାନ କରିଥିଲେ। ପୂର୍ବତନ ଛାତ୍ର ହୃଷିକେଶ ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ଶିବରାମ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ।

