ବୁଗୁଡ଼ା,୨୧।୧୦ (ପୂର୍ଣ୍ଣଚନ୍ଦ୍ର ବାରିକ):ପାର୍ବଣର ମାହୋଲ ମଧ୍ୟରେ ଅଶାନ୍ତ ହୋଇପଡ଼ିଛି ଗଞ୍ଜାମ ଜିଲ୍ଲାର ବୁଗୁଡ଼ା ସହର। ଘରୁ ଡାକିନେଇ ଜଣେ ଯୁବକଙ୍କ ତଣ୍ଟି କାଟି ହତ୍ୟା କରାଯାଇଥିବା ଘଟଣାକୁ ନେଇ ସହରରେ ଚାଞ୍ଚଲ୍ୟ ଖେଳିଯାଇଛି। ମୃତ ଯୁବକ ହେଉଛନ୍ତି ବୁଗୁଡ଼ା ଓଡ଼ିଆ ସାହିର ୩୮ ବର୍ଷୀୟ ସନ୍ତୋଷ ରାଉତ।ସୂଚନା ଅନୁଯାୟୀ, ସନ୍ତୋଷଙ୍କୁ ଘରୁ ଡାକିନେବା ପରେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟ ଓ ଉଦ୍ବେଗର ବାତାବରଣ ସୃଷ୍ଟି ହୋଇଛି।ଅନ୍ୟପଟେ ଘଟଣାରେ ସମ୍ପୃକ୍ତ ହତ୍ୟାକାରୀଙ୍କୁ ଧରିବା ପାଇଁ ବୁଗୁଡ଼ା ପୁଲିସ ତଦନ୍ତ ଜାରି ରଖିଛି। ହତ୍ୟା ପଛରେ କେଉଁ କାରଣ ରହିଛି ଏବଂ ଏଥିରେ କିଏ ସମ୍ପୃକ୍ତ, ତାହା ପୁଲିସ ତଦନ୍ତ ପରେ ସ୍ପଷ୍ଟ ହେବ।ପାର୍ବଣ ସମୟରେ ଏଭଳି ହତ୍ୟାକାଣ୍ଡ ବୁଗୁଡ଼ା ସହରରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବା ପାଇଁ ଦାବି ଉଠୁଛି।

