ବୁଗୁଡ଼ା,୧୩।୭(ଡ.ବି.ପ୍ରକାଶ ଚନ୍ଦ୍ର ପାତ୍ର):ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବାଲିପଦର ପିଏମ୍ ଶ୍ରୀ ଉଚ୍ଚ ବିଦ୍ୟାଳୟରେ ୩୧୨ଜଣ ଛାତ୍ରଛାତ୍ରୀଙ୍କୁ ହାଉସ୍ ଡ୍ରେସ୍ ବଣ୍ଟନ କରାଯାଇଛି। ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ଗୌଡ଼ଙ୍କ ପୌରହିତ୍ଯରେ ଅନୁଷ୍ଠିତ ସଭାରେ ବରିଷ୍ଠ ସହକାରୀ ଶିକ୍ଷକ ପି. ସନ୍ତୋଷ ରାଓ ଦୋରା, ଜିତେନ୍ଦ୍ରିୟ ଗୌଡ଼, ଜଗନ ପରିଡ଼ା, ଜଗନ୍ନାଥ ଗୌଡ଼, ଶିକ୍ଷୟତ୍ରୀ ସୁନୀତା ଦେବୀ, ଭବାନୀ ମଳିକ, ପ୍ରିୟଦର୍ଶିନୀ ପାତ୍ର, ସୁନୀତା ବେହେରା ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଟ୍ରାକ୍ ପେଣ୍ଟ୍, ଟିସାର୍ଟ ଏକ ହଳ ଲେଖାଏଁ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇ ହାଉସ୍ ଡ୍ରେସ୍ ର ବ୍ଯବହାର ସମ୍ପର୍କରେ ଛାତ୍ରଛାତ୍ରୀ ମାନଙ୍କୁ ସଚେତନ କରା ଯାଇଥିଲା।

