ଫୁଲବାଣୀ,୧୪/୦୫,(ସୁନୀଲ ପଟ୍ଟନାୟକ):ପୁଣି କନ୍ଧମାଳ ଜଙ୍ଗଲ ରୁ ୮ଟି ଦେଶୀ ବନ୍ଧୁକ ଜବତ କରିଛି ପୋଲିସ l ପୋଲିସ ର କଡ଼ା ପl ଟ୍ରୋ ଲିଂ ସତ୍ତ୍ଵେ ଏତେ ସବୁ ଦେଶୀ ବନ୍ଧୁକ କେମିତି ତିଆରି ହେଉଛି ଜିଲାରେ ସେ ନେଇ ଚର୍ଚ୍ଚା ଜୋର ଧରିଛି l ଜିଲାର ତୁମୁଡିବନ୍ଧଥାନା ଅନ୍ତର୍ଗତ ବିରୀମିଲା ଜଙ୍ଗଲ ରୁ ପୋଲିସ କୌଣସି ସୁତ୍ର ରୁ ଖବର ପାଇ ଚଢାଉ କରି ଲୁଚାଇ ରଖି ଥିବା ବନ୍ଧୁକ୍ ଜବତ କରିଛି l ଏଥିପୂର୍ବରୁ ମଧ୍ଯ ତୁମୁଡ଼ି ବନ୍ଧ ଅଞ୍ଚଳ ରୁ ଦେଶୀ ବନ୍ଧୁକ ଜବତ କରିଥିଲା l ତେବେ ଏ ସମ୍ପର୍କରେ ପୋଲିସ କାହାରିକୁ ଗିରଫ କରି ବାରେ ସଫଳ ହୋଇନି l ବେଆଇନ ପଶୁ ଶିକାର ଓ ଅସାମାଜିକ କାର୍ଯ୍ୟ ପାଇଁ ଏହି ବନ୍ଧୁକ ବିକ୍ରୀ କରିବା ପାଇଁ ରଖାଯାଇଥିବା କୁହାଯାଇଛି l ତୁମୁଡିବନ୍ଧ ପୋଲିସ ଏ ନେଇ ଏକ ମାମଲା ରୁଜୁ କରି ଏଥିରେ କିଏ କିଏ ସମ୍ପୃକ୍ତ ଅଛନ୍ତି ତଦନ୍ତ କରୁଛି l ଅତିଶିଘ୍ର ଅଭିଯୁକ୍ତ କୁ ଗିରଫ କରାଯିବ ବୋଲି ପୋଲିସ କହିଛି l ସମ୍ପୃକ୍ତ ଅଞ୍ଚଳ ରେ ପୋଲିସ ପେଟ୍ର ଲିଂ କୁ ଅଧିକ କଡ଼ାକଡ଼ି କରିବlକୁ ଦାବୀ ହେଉଛି l

