ଫୁଲବାଣୀ,୨୯।୦୭(ସୁନୀଲ ପଟନାୟକ):ପୁଣି କିଛି ମାସ ର ବ୍ୟବଧାନ ପରେ କନ୍ଧମାଳ ଜିଲ୍ଲାରେ ହାତୀ ଆକ୍ରମଣ ରେ ଜଣଙ୍କ ମୃତ୍ୟୁ ଖବର ମିଳିଛି l କନ୍ଧ ମାଳ ଜିଲ୍ଲା ଟିକାବାଲି ବ୍ଲକ ଅନ୍ତର୍ଗତ ଦଙ୍ଗାଏ ଯୁ ଗ୍ରାମର ପ୍ରଦୀପ ପ୍ରଧାନ ଓ ତାଙ୍କ ପରିବାର ନିଜ କ୍ଷେତ କୁ ଚାଷ କରିବା ପାଇଁ ଯାଇଥିଲେ l ସନ୍ଧ୍ୟା ହେବା ପୂର୍ବାରୁ ସ୍ତ୍ରୀ ଓ ଝିଅ ଘରକୁ ଫେରି ଆସିଥିଲେ ଆଉ ସଞ୍ଜ ନଇଁବା ପରେ ପ୍ରଦୀପ ଜମି ରୁ ଫେରିବା ବେଳେ ହାତୀ ସହ ମୁହଁl ମୁହିଁ ହୋଇଥିଲେ ଓ ହାତୀ ତାଙ୍କୁ ଆକ୍ରମଣ କରିଥିଲା ଫଳରେ ପ୍ରଦୀପ ର ମୃତ୍ୟୁ ଘଟିଥିଲା l ଗ୍ରାମ ବାସୀ କ୍ଷତି ପୂରଣ ସହ ହାତୀ ଘଉଡ଼ାଇବା ଦାବୀ ରେ ଆଜି ରାସ୍ତା ଅବରୋଧ କରିଥିଲେ l ପରେ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ମିଳିବା ପରେ ରାସ୍ତା ଅବରୋଧ ହଟିଥିଲା l ତେବେ ଜି ଉଦୟଗିରୀ,ଟିକାବାଲି ଅଞ୍ଚଳ ରେ ହାତୀ ଆକ୍ରମଣରେ ରେ ବର୍ଷକ ମଧ୍ୟରେ ୫ଜଣଙ୍କ ମୃତ୍ୟୁ ହୋଇସରିଲାଣି l ଜଙ୍ଗଲ ବିଭାଗ ଏଥିପ୍ରତି ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବୀ ହେଉଛି l

