ପୁରୁଷୋତ୍ତମପୁର,୧୦।୧୦(ଶୁଭଙ୍କରୀ ଦାଶ):ପୁରୁଷୋତ୍ତମପୁର ଆଇସିଡିଏସତରଫରୁ ବ୍ଳକ ବୈଠକ ହଲ ମଧ୍ୟରେ ନବମ ରାଷ୍ଟ୍ରୀୟ ପୋଷଣ ମାହ ପ୍ରତି ଯୋଗିତା ଅନୁଷ୍ଠିତହୋଈ ଯାଇଛି |ଏହି କାର୍ଯ୍ୟକ୍ରମ କୁ ସିଡ଼ିପିଓ ଲଳିତା ମଲ୍ଲିକ ଏବଂ ବ୍ଳକ ଅଧକ୍ଷା ପିଙ୍କି ବେହେରା ଙ୍କ ମିଳିତ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏବିଡିଓ ୟୋତିର୍ମୟୀ ନାୟକ, ଆୟୁଷ ଡକ୍ଟର ଏସ କେ ବେହେରା, ସ୍କୁଲ ସି ଆର ସି ପ୍ରମୁଖ ଯୋଗ ଦେଇ ଉଦବୋଧନ ଦେଇଥିଲେ। ଅଙ୍ଗନୱାଡି କର୍ମୀ ମାନେ ପୋଷଣ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋକପାତ କରିଥିଲେ।କୁଇଜ୍, ଚିତ୍ରାଙ୍କନ ଓ ରଚନା ପ୍ରତି ଯୋଗିତାରେ 9 ଜଣକିଶୋରଓ କିଶୋରୀଙ୍କୁ ପୁରସ୍କୃତ କରାଯାଇଛି। ଜ୍ଞାନ କେନ୍ଦ୍ର ର21ଜଣଅଙ୍ଗନବାଡିକର୍ମୀଙ୍କୁ ସେମାନଙ୍କ ଉତ୍ତମ କାର୍ଯ୍ୟ ପାଇଁ ମାନପତ୍ର ଟ୍ରଫି ଦେଇ ସମ୍ମାନୀତ କରାଯାଇଛି।ଆଜିର ଏହି କାର୍ଯ୍ୟକ୍ରମ ରେ ସମସ୍ତ ଅଞ୍ଚଳ ପରିଦର୍ଶିକା,ଅଫିସ କର୍ମଚାରୀ, ସୁଭଦ୍ରା ହିତାଧୂକାରୀ, ମମତା ପିଏ,ଏସହେଚଜି ଗୃପସଦସ୍ୟା, ଓ କିଶୋରୀ ବାଳିକାମାନେବହୁ ସଂଖ୍ୟା ରେ ଉପସ୍ଥିତ ଥିଲେ। ଏଥିରେ ସୁପରଭାଇଜର ଓ ପୋଷଣ ବିସିଙ୍କୁ ମଧ୍ଯ ସମ୍ମାନୀତ କରାଯାଇଛି କାର୍ଯ୍ୟକ୍ରମ ସରସସୁନ୍ଦର ହୋଇଥିବାରୁପରିଶେଷରେ ସିଡ଼ିପିଓ ସମସ୍ତ ଙ୍କୁଧନ୍ୟବାଦ ଦେଇଥିଲେ।ଶେଷରେ ଦାସକାଠିଆ ମାଧ୍ୟମରେ ପୋଷଣ ସଚେତନତା କରାଯାଇଥିଲା |

