ପୁରୁଷୋତ୍ତମପୁର,୫/୫,(ଶୁଭଙ୍କରୀ ଦାଶ):ଭାରତ ର ତିନି ଗୋଟି ରାଜ୍ୟ କୋଲକତା , ଆସମ ଓ ପୁଣ୍ଡୁ ଚେରି ରେ ବିଜେପି ର ବିପୁଳ ବିଜୟ ପରେ ଆଜି ପୁରୁଷୋତ୍ତମ ପୁର ସହର ର ବସଷ୍ଟାଣ୍ଡ ଠାରେ ଘୁମୁସର ଜିଲ୍ଲା ଯୁବ ବିଜେପି ସଭାପତି ଅଜିତ କୁମାର ପଣ୍ଡାଙ୍କ ସଂଯୋଜନା ରେ ରାତ୍ର ନଅ ଘଣ୍ଟ ସମୟରେ ଅନ୍ୟ ଯୁବ ନେତା, କର୍ମୀଙ୍କ ସହଯୋଗରେ ବାଣ ଫୁଟାଇ ଓ ବିଜେପି ପତାକା ପ୍ରଦର୍ଶିତ କରୀ ଏହି ବିଜୟ ଉତ୍ସବ ପାଳନ କରିଥିଲେ | ଏବଂ ଭାରତ ର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ଗୃହ ମନ୍ତ୍ରୀ ତଥା ଚାଣକ୍ୟ ଅମିତ ସାହା, ନିତିନ ଗଡ଼କାରି ଙ୍କ ନାରା ଦେବା ସହ ଜୟ ଶ୍ରୀରାମ ଧ୍ଵନି ରେ ଏହି ବସଷ୍ଟାଣ୍ଡ କୁ ପ୍ରକମ୍ପିତ କରିଥିଲେ | ପ୍ରଧାନମନ୍ତ୍ରୀ ଙ୍କ ଦୁରଦୃଷ୍ଟି ଯୋଗୁଁ ଭାରତର ବିଭିନ୍ନ ବିଜେପି ଶାସିତ ରାଜ୍ୟର ବହୁବିଧ ଉନ୍ନତି ସହ, ମହିଳାଙ୍କୁ ଅଗ୍ରାଧିକାର,ଯୁବ ପିଢିଙ୍କୁ ସୁଯୋଗ ଦେବେ | ସଭାପତି ଅଜିତ ଙ୍କ ସହ ସୁରେଶ କୁମାର ମହାନ୍ତି, ପ୍ରକାଶ ଚନ୍ଦ୍ର ବେହେରା, ଅମିତ ମହାପାତ୍ର, ଚିଣ୍ଟୁ ମହାପାତ୍ର, କିଶୋର ଚନ୍ଦ୍ର ସାହୁ, ପ୍ରହଲ୍ଲାଦ ସାହୁ ଶ୍ୟାମ ବାବୁ ଦୋରାଙ୍କ ସହିତ ଅନ୍ୟ ଯୁବ ଗୋଷ୍ଟି ଏହି ବିଜୟ ଉତ୍ସବ ରେ ସାମିଲ ଥିଲେ |

