ପୁରୁଷୋତ୍ତମପୁର,୨୯/୪, (ଶୁଭଙ୍କରୀ ଦାଶ):ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ ସଭା ଗୃହ ଠାରେ ଅଷ୍ଟମ ପଞ୍ଚାୟତ ସମିତି ବୈଠକ ଅଧିବେଶନ ବ୍ଳକ ଅଧକ୍ଷା ପିଙ୍କି ବେହେରାଙ୍କ ସଭାପତିତ୍ୱ ରେ ହୋଇଥିଲା ବେଳେ ବିଡ଼ିଓ ଶରତ କୁମାର ବେହେରା ଏହାକୁ ସଂଯୋଜନା ରେ ଅନୁଷ୍ଠିତ ହୋଇଯାଇଛି।ବୈଠକ ସଭା ଗୃହ ରେ ମୁଖ୍ୟ ଅତିଥି ଭାବେ ଖଲ୍ଲିକୋଟ ବିଧ୍ୟାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ପୂର୍ଣ୍ଣିଚନ୍ଦ୍ର ସେଠୀ, କବିସୂର୍ଯ୍ୟନଗର ବିଧାୟକ ପ୍ରତାପ କୁମାର ନାୟକ ଏବଂ ସମ୍ମାନିତ ଅତିଥି ଭାବେ ତହସିଲଦାର ବିନୋଦ କୁମାର ବେହେରା, ଅତିରିକ୍ତ ବିଡ଼ିଓ ଜ୍ୟୋତିର୍ମୟୀ ନାୟକ, ବ୍ଳକ ଏଓ ନାଗ ଭୂଷଣ ଯାଦବ ମଞ୍ଚାସିନ ଥିଲେ | ଏହା ସହ ସବୁ ବିଭାଗର ଲାଇନ ଅଧିକାରୀ ୨୬ ଗୋଟି ପଞ୍ଚାୟତ ରେ ଜନ ପ୍ରତିନିଧି | ତଥା ୩୬ ନଂ ଜିଲ୍ଲା ପରିଷଦ ଭକମନ ବେହେରା ଓ ୩୭ ନଂ ଜିଲ୍ଲା ପରିଷଦ ରଞ୍ଜିତ ବେହେରା ଉପସ୍ଥିତ ଥିଲେ | ବିଭିନ୍ନ ବିଭାଗୀୟ ଅଧିକାରୀ କୁ ଖରିଡା ସମିତି ସଭ୍ୟ ଅନିଲ କୁମାର ଦାଶ,,ଆଚୁଲି ସରପଞ୍ଚ ସୁଧାକର ଗୌଡ଼, ଭୀମପୁର ସମିତି ସଭ୍ୟ ଜଗନ୍ନାଥ ପାତ୍ର, ସୁନାଥର ସରପଞ୍ଚ ଅନିଲ କୁମାର ନାହାକ, ଙ୍କସହ ଅନେକ ସରପଞ୍ଚ ପ୍ରଥମେ ପ୍ରଶ୍ନ ବାଣ ରେ ଘାଇଲା କରିଲେ ସ୍ଥାନୀୟ ସରପଞ୍ଚ ମାନେ ।ପାନୀୟ ଜଳ ଯୋଗାଣ ରେ ଅନେକ ଗ୍ରାମପଞ୍ଚାୟତ ରେ ଅସୁବିଧା ଦେଖାଦେଇଛି ବୋଲି ସରପଞ୍ଚ ମାନଙ୍କ ଅଭିଯୋଗ ହୋଇଛି।ସୁନଥର ଗ୍ରାମରେ ପାନୀୟ ଜଳର ଅଭବ,ମଇଳା ଆବର୍ଜନା ଗାଡ଼ି ପରିଚାଳନା ରେ ଅଳିଆ କଢ଼ା ଗାଡିର ଆବସ୍ୟକ ଏବଂ ବାଘଳା ଗ୍ରାମପଞ୍ଚାୟତ ରେ ସୋଲାର ଲାଇଟ୍ ଏବଂ ପାନୀୟ ଜଳ ରେ ଅବ୍ୟବସ୍ଥା। ଜିଆର୍ପି ଓ ସିଆରପି ମାଧ୍ୟମ ରେ କିଭଳି ଟଙ୍କା ଙ୍କୁ ଉନ୍ନତି କାମରେ ଲଗାଇବା ସେହି ଉପରେ ଆଲୋକପାତ କରିଥିଲେ ଜନ ପ୍ରତି ନିଧି ମାନେ l ଆଛୁଳି ଛକରୁ ବଡ଼ ବରଗାଁ ର ରାସ୍ତା ମରାମତି ପାଇଁ ଡିପିଆର ମାଧ୍ୟମରେ କରାଯିବା ପାଇଁ କବିସୂର୍ଯ୍ୟ ନଗର ବିଧାୟକ ସ୍ଥାନୀୟ କନିଷ୍ଟ ଯନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ।ମାତୃବନ୍ଧନ ଯୋଜନାରେ ଗର୍ଭବତୀ ମାଙ୍କୁ ଟଙ୍କା ଦିଆ ଯାଉଛି।ସୁଭଦ୍ରା ଶକ୍ତି ରେ ଚତୁର୍ଥ କିସ୍ତି ଦିଆଯାଇଛି। ୯ ଟି ଜାଗାରେ ୪ ଟି ସୁପରଭାଇଯର ଅଫିସର ପୋଷ୍ଟ ଖାଲି ଅଛି।ମହିଳା ଶିଶୁ ବିକାଶ ସମନ୍ନୟ ଯୋଜନା ରେ ଆଲୋଚନା କରିଥିଲେ ସିଡ଼ିପିଓ ଲଲିତା ମଲ୍ଲିକ। ଜଳାନ୍ତକ ରୋଗର ନିରାକରଣ ପାଇଁ ପଶୁ,ମଣିଷ ଙ୍କୁ ୫ ଥର ଭେକ୍ସିନ୍ ମାଗଣା ରେ ଦିଆଯିବ ବୋଲି କହିଛନ୍ତି, ପ୍ରାଣୀ ଚିକିତ୍ସା ଅଧିକାରୀ ମନୋଜ ଶତପଥୀ କହିଛନ୍ତି l ପ୍ରତି ଗ୍ରାମପଞ୍ଚାୟତରେ ସଂପୂର୍ଣା ଶ୍ରୀ ମାଧ୍ୟମରେ ପୋଖରୀ ଖୋଳା ଏବଂ ମାଛ ଚାଷ ପାଇଁ ଏସ୍ ଏଚ୍ ଜି ମା ଙ୍କୁ ନିୟୋଜିତ କରାଇବା। ୦.୫ ଦଶମିକ ହେକ୍ଟର ଜମି ରେ ପାଣି ଯୋଗାଇ ଚାଷ କରି ସବସିଡି ପାଇ ପାରିବେ ବୋଲି କହିଛନ୍ତି ଅଫିସର ଦେବବ୍ରତ ନାୟକ।ଏହି କାର୍ଯ୍ୟକ୍ରମ ରେ ବ୍ଳକର ଜିପିଓ ରାଜେନ୍ଦ୍ର ପ୍ରସାଦ ଗୁରୁ ପୂର୍ବତନ ଇନଚାର୍ଜ ଜିପିଓ ମୀନ କେତନ ବେହେରା, ଅନ୍ୟନ୍ୟ କର୍ମଚାରୀ, ଅଧିକାରୀମାନେ ସମୁର୍ଣ ସହଯୋଗ କରିଥିଲେ |

