ଗଞ୍ଜାମ/ବୁଗୁଡ଼ା,(ଡ.କୁମୁଦ ଚନ୍ଦ୍ର ବେହେରା):ଆଉ ନାହାନ୍ତି ପୂର୍ବତନ ମନ୍ତ୍ରୀ ସୁଶାନ୍ତ ସିଂ l ଚିକିତ୍ସାଧିନ ଅବସ୍ଥାରେ ସୁଶାନ୍ତଙ୍କ ଦେହାନ୍ତ ଭୁବନେଶ୍ୱର ସ୍ଥିତ ଆପାଲୋ ହସ୍ପିଟାଲ୍ ରେ ବିଳମ୍ବିତ ରାତିରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି l ସୁଶାନ୍ତ ଭଟଲି ନିର୍ବାଚନ ମଣ୍ଡଳୀର ଲୋକପ୍ରିୟ ବିଧାୟକ ତଥା ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ଥିଲେ ସୁଶାନ୍ତ ସିଂ । ସୁଶାନ୍ତ ସିଂ ଙ୍କ ମୃତ୍ୟୁ ଖବର ଶୁଣିବା ପରେ ପୂର୍ବତନ ଶ୍ରମ ମନ୍ତ୍ରୀ ଶ୍ରୀଯୁକ୍ତ ଶ୍ରୀକାନ୍ତ ସାହୁ, ବୁଗୁଡ଼ା ଓ ପୋଲସରା ବିଜେଡି ବ୍ଲକ ସଭାପତିଙ୍କ ସମେତ ଅନ୍ୟ କର୍ମ କର୍ତ୍ତାମାନେ ପୂର୍ବତନ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂହଙ୍କ ବିୟୋଗ ଖବର ଅତ୍ୟନ୍ତ ଦୁଃଖ ଦାୟକ ଓ ମର୍ମାହତ କରିଛି ବୋଲି କହିଛନ୍ତି ଖାସ କରି ବିଜେଡି ଏକ ଟାଣୁଆ ନେତା ଙ୍କୁ ହରାଇଲା l ଜନସେବା ପ୍ରତି ତାଙ୍କର ନିଷ୍ଠା, ସରଳ ବ୍ୟକ୍ତିତ୍ୱ ଏବଂ ଲୋକଙ୍କ ପ୍ରତି ଥିବା ସମର୍ପଣ ସଦା ସ୍ମରଣୀୟ ହୋଇ ରହିବ ପର ଲୋକଗତ ଆତ୍ମାଙ୍କର ସଦ୍ଗତି କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗ, ଆତ୍ମୀୟ ସ୍ୱଜନ ଏବଂ ଅସଂଖ୍ୟ ଶୁଭେଚ୍ଛୁଙ୍କ ପ୍ରତି ଗଭୀର ସମବେଦନା ଜଣାଉଛନ୍ତି ।

