ରାୟଗଡ,୧୬/୦୬(ଅମୂଲ୍ୟ ନିଶଙ୍କ):ଦିନକୁ ଦିନ ବଢ଼ି ଚାଲିଛି ଗୋ ଚାଲାଣ ।ଗୋରୁ ମାଫିଆ ମାନେ ପୋଲିସ ଆଖିରେ ଧୂଳି ଦେଇ ଦିନ ଦିପହର ରେ କରୁଛନ୍ତି ଗୋ ଚାଲାଣ ।ଏମିତି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ରାମନାଗୁଡା ଅଞ୍ଚଳରେ। ପଶ୍ଚିମ ଓଡ଼ିଶାର ସମ୍ବଲପୁର, ବଲାଙ୍ଗୀର ,ଟିଟିଲାଗଡ଼ ଅଞ୍ଚଳ ରୁ ହଜାର ହଜାର ଗୋରୁ ମାନଙ୍କୁ ନେଇ ମୁନିଗୁଡା ,ବିଷମକଟକ ରାମନାଗୁଡା ଅଞ୍ଚଳ ଦେଇ ଗଜପତି ଜିଲ୍ଲା ବଲଦା ହାଟକୁ ଯାଏ ସେଠାରୁ ସେମାନେ ସେଠାରୁ ଆନ୍ଧ୍ରପ୍ରଦେଶ ସମେତ ତାମିଲନାଡୁ, କେରଳ ରାଜ୍ୟକୁ ଚାଲାଣ କରିଥାନ୍ତି। ସେହିପରି ରାମନାଗୁଡା ବ୍ଲକ ସୀମାନ୍ତ କାଟିକି ଗ୍ରାମ ଦେଇ ଭାୟା କେଦାରପୁର, ଲଷ୍ମୀପୁର ଠାରୁ ଟ୍ରକ ଯୋଗେ ଆନ୍ଧ୍ରପ୍ରଦେଶ ର ବିଭିନ୍ନ ସ୍ଥାନ କୁ ଗୋ ଚାଲାଣ କରିଥାନ୍ତି।ହିନ୍ଦୁ ଧର୍ମ ର ପରମ୍ପରା ଅନୁଯାୟୀ ଗାଈ ଗୋରୁ ମାନଙ୍କୁ ଲୋକେ ପୂଜା କରୁଥିବା ବେଳେ ସେମାନଙ୍କ ଦେହରେ ୩୩ କୋଟି ଦେବତା ବାସ କରନ୍ତି ବୋଲି ବିଶ୍ଵାସ କରାଯାଏ ।ଆଗାମୀ ଦିନରେ ଏଥିପ୍ରତି ରୋକ୍ ନ ଲାଗିଲେ ଗାଈ ଗୋରୁ ମାନଙ୍କୁ ଦେଖିନା ସ୍ୱପ୍ନ ହେବା ସହ ପୂଜା ରେ ବ୍ୟବହାର କରିବା ପାଇଁ ଗୋବର ଏବଂ ଗୋ ମୂତ୍ର ଆଉ ମିଳିବକି ନାହିଁ ତାହା ଏବେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସେହି ଗୋମାତା କୁ ଏହି କିଛି ଗୋରୁ ଚାଲାଣ ମାଫିଆ ମାନେ ଦିନ ଦିପହରେ ମ୍ୟାକ୍ସ ପିକଅପ ଯୋଗେ ଲୋଡ଼ କରି ନେଉଥିବା ଦେଖିବାକୁ ମିଳୁଛି।କିନ୍ତୁ ଏଥିପ୍ରତି ପୋଲିସ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି କଣ ପାଇଁ ତାହା ଏବେ ସାଧାରଣ ରେ ବଡ଼ ପ୍ରଶ୍ନ ହୋଇ ଛିଡା ହୋଇଛି । ତେଣୁକରି ପ୍ରଶାସନ ପକ୍ଷରୁ ଗୋ ଚାଲାଣକାରୀ ପ୍ରତି କୋଠର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଗୋ ଚାଲାଣ ବନ୍ଦ କରିବାକୁ ସାଧାରଣ ରେ ଦାବି ହେଉଛି ।ଏହି ଘଟଣା ସମ୍ପର୍କରେ ରାମନାଗୁଡା ଥାନା ଅଧିକାରୀ ଶ୍ରୀମତୀ କିରଣ ବାଳା ସାମଲଙ୍କୁ ଯୋଗାଯୋଗ କରିବାରୁ ଗୋରୁ ଚାଲାଣ ଉପରେ ରୋକ ଲାଗିବ ଏବଂ ମାଫିଆଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିକ୍ରିୟା ରେ କହିଥିଲେ ।ଦେଖାଯାଉ ଗୋରୁ ମାଫିଆଙ୍କ ପ୍ରତି କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ତାହା ଏବେ ଦେଖିବାକୁ ବାକି ରହିଲା ।

