ଫୁଲବାଣୀ,୧୬/୦୬(ସୁନୀଲ ପଟ୍ଟନାୟକ):କନ୍ଧ ମାଳ ଜିଲ୍ଲା ପୋଲିସ କୁ ମିଳିଛି ଆଉ ଏକ ସଫଳତା l ଟାଉନ ଥାନା ପୋଲିସ ଚଢ଼ାଉ କରି ୨୨କେଜି ଗଞ୍ଜେଇ ସହ ୭.୭୫ଗ୍ରାମ ବ୍ରାଉନ ସୁଗାର୍ ଜବତ କରିବା ସହ ଏଥିରେ ସଂମ୍ପୃକ୍ତ ପୋଲିସ ୧୧ଜଣ ଙ୍କୁ ଗିରଫ କରିଥିବା କଂଧମାଳ ଏସପି ରମେଦ୍ର ପ୍ରସାଦ କହିଛନ୍ତି l ଏଥି ସହ ଦୁଇଟି ବାଇକ ଓ ୭ଟି ମୋବାଇଲ ଫୋନ ମଧ୍ଯ ଜବତ କରିଛି ପୋଲିସ l ଏହାର ମୋଟ ବଜାର ମୁଲ୍ୟ ତିନି ଲକ୍ଷ ଟଙ୍କା ବୋଲି ଏସପି କହିଛନ୍ତି lକଂଧମାଳ ଜିଲାରେ ବ୍ରାଉନ ସୁଗର୍ କାରବାରଦିନକୁ ଦିନ ବଢ଼ିବାରେ ଲାଗିଛି l ଫଳରେ ବ୍ରାଉନ ସୁଗାର ସେବନ କରି ଶିକ୍ଷିତ ଯୁବକ ଯୁବତୀ, ଛାତ୍ର ଛାତ୍ରୀ ପଥ ଭ୍ରଷ୍ଟ ହୋଇ କ୍ରାଇମ୍ କହିବାକୁ ମଧ୍ଯ ପଛାଉନlହlନ୍ତି lକିଛି ବାହାର ଡ୍ର ଗସ ମାଫିଆ ସ୍ଥାନୀୟ ଲୋକଂକ ଜରିଆରେ ଏଠି ନିଶା ଦ୍ରବ୍ୟ ର ପସରା ମେଲାଇ ଥିବା ଅଭିଯୋଗ ହେବା ପରେ କନ୍ଧମାଳ ଏସପି ରମେନ୍ଦ୍ର ପ୍ରସାଦ ଙ୍କ ନିର୍ଦେଶ କ୍ରମେ ଟାଉନ ଥାନା ର ପୋଲିସ ଟିମ ଚଢାଉ କରି ସହର ର ୧୧ଜଣ ବ୍ରାଉନ ସୁଗାର କାରବାର ରେ ସଂପୃକ୍ତ ଥିବା ଯୁବକ ଙ୍କୁ ଗିରଫ କରିଥିବା ଜଣାପଡିଛି l ସେମାନେ ହେଲେ ଫୁଲବାଣୀ ସାହି ର ଶ୍ରୀନିବାସ ମହାପାତ୍ର ଙ୍କ ପୁଅ ଆୟେଶ ମହାପାତ୍ର ( ୧୯) ଅଶୋକ ପାତ୍ର ଙ୍କ ପୁଅ ଦେବାଶିଷ ପାତ୍ର (୩୧) ତ୍ରିନାଥ ମହାନ୍ତି ର ପୁଅ ଶ୍ରୀଧର ମହାନ୍ତି (୪୭) ବାଲି ମହାନ୍ତି ଙ୍କ ପୁଅ ସିମlଞ୍ଚଳ ମହାନ୍ତି (୩୦) ନବଘନ ବାରିକ ର ପୁଅନୀଳମଣିବାରିକ (୪୫) ଲେଟ ପ୍ରେମ କୁମାର ପଟନାୟକ ଙ୍କ ପୁଅ ଶିବ ପ୍ରୀତ ପଟନାୟକ(୨୮) ଏ ସମସ୍ତ ଅଭିଯକ୍ତ ଫୁଲବାଣୀ ସାହି ର ହୋଇଥିବା ବେଳେ ଟିକାବାଲି କାଇଁଝର୍ ଅଞ୍ଚଳ ର ଲେଟ ଭଗୀରଥି ମଲିକ ର ପୁଅ ବାଳକୃଷ୍ଣ ମଲିକ(୩୦) ଟୀକା ବାଲି କlଦ ପଦର ଗ୍ରମରବନ୍ଧୁଆ ନାୟକ ର ପୁଅ ବାଲୁଙ୍କେଶ୍ୱର (୨୦) ଗୋଛାପଡା ଥାନା ଅଞ୍ଚଳ ରପୁଟୁ ପୁଡିଆ ଗ୍ରାମର ରବିନlଥ କହଁର ଙ୍କ ପୁଅଜଗତ କହଁର (୨୫) ଓ ଗୋବିନ୍ଦ ଦିଗାଲ ର ପୁଅ ଅବଖିତ ଦିଗାଲ ( ୨୫)ଫୁଲବାଣୀ ଅରବିନ୍ଦ ନଗର ର ଲେଟ ଜୟକୃଷ୍ଣ ସାବତ ର ପୁଅ ମୋନ ରଞ୍ଜନ ସାବତ ( ୫୦) ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି l ନୂତନ ଭାବେ ଯୋଗ ଦେଇ ଥିବା କନ୍ଧ ମାଳ ଏସପି. ରମେ ନ୍ଦ୍ର ପ୍ରସାଦ ଙ୍କ ବ୍ୟକ୍ତି ଗତ ନିଷ୍ଠାପର ଉଦ୍ୟମ, ଓ ଆଗ୍ରହ ପ୍ରକାଶ ଯୋଗୁଁ ଦାୟିତ୍ୱ ଗ୍ରହଣ କରିବା ର ଦିନ କେଇଟା ମଧ୍ୟରେ ମଧ୍ୟରେ ଜିଲ୍ଲାରେ ବିଭିନ୍ନ ଅପରାଧରେ ଜଡ଼ିତ ଅପରାଧୀ ମାନଙ୍କୁ ସlବାଡ କରିବା ସହ ଶାନ୍ତି ଶୃଙ୍ଖଳା ପରିସ୍ଥିତି ରେ ସୁଧାର ଆଣିବା ରେ ସଫଳ ହୋଇଛନ୍ତି l ଟାଉନ ଥାନା ଏସ ଆଇ ରିତlଞ୍ଜଳି ସାହୂ, ମୋନରଞ୍ଜନ ଭୋଇ ଙ୍କ ସମେତ ଅନ୍ୟମlନେ ଫୁଲବାଣୀ ସାହି ସ୍ଥିତ ପିତବଳି ମଶାଣୀ ନିକଟ ପଡ଼ିଆ ରେ ଚଢାଉ କରି ଗିରଫ କରିଥିବା ଜଣାପଡ଼ିଛି l ଟାଉନ ପୋଲିସ ର ଏହା ଏକ ବଡ ସଫଳତା ବୋଲି କୁହାଯାଇପାରେ l

