ଫୁଲବାଣୀ,୪/୦୬(ସୁନୀଲ ପଟ୍ଟନାୟକ):ପ୍ରଥମ ଥର ପାଇଁ କନ୍ଧମାଳ ଜିଲ୍ଲା କୋଟ ଗଡ ବନlଞ୍ଚଳ ରୁ ପୁରୀ ରଥ ଯାତ୍ରା ପାଇଁ କାଠ ପଠାଗଲା l ପ୍ରାୟ ୪୦ଫୁଟ୍ ଲମ୍ବା ୨୩ ଖଣ୍ଡ ଧଉରl କାଠ କଟାଯାଇ ଆଜି ପୂଜାର୍ଚ୍ଚନା କରାଯାଇ ଟ୍ରକ୍ ଯୋଗେ ପଠାଯାଇଛି l ଏହି କାଠ ଘୋଷ ଯାତ୍ରା ବେଳେ ତିନି ରଥ ର ଅଖ ନିର୍ମାଣ ରେ ବ୍ୟବହାରକରାଯିବ ବୋଲି ଜିଲ୍ଲା ପାଳ ବେଦ ଭୂଷଣ କହିଛନ୍ତି l କୋଟଗଡ ରେଞ୍ଜ ଅଫିସର ଙ୍କ ଆନ୍ତରିକ ଉଦ୍ୟମ,ଆଗ୍ରହ, ଯୋଗୁଁ ଜଙ୍ଗଲ ରୁ ଚିହ୍ନଟ କରାଯିବା ପରେ କଟାଯାଇ ସୁରକ୍ଷିତ ଭାବେ ପଠାଗଲା l ବାଲିଗୁଡା ଜଗନ୍ନାଥ ମନ୍ଦିର ନିକଟରେ ରଥ କାଠ ପହଞ୍ଚିବା ପରେ ଜିଲ୍ଲା ପାଳ ବେଦ ଭୂଷଣ, ଉପଜିଲ୍ଲାପାଳ ପ୍ରଣୀତl ଦାସ, ଏସ୍ ଡି ପି ଓ,ଜଙ୍ଗଲ ବିଭାଗ ଡି ଏଫ୍ ଓ ଘନ ଶ୍ୟାମ ମହନ୍ତ,ଓ ସ୍ଥାନୀୟ ଜଗ ନାଥ ମନ୍ଦୀର ପରିଚାଳନା କମିଟି ସଦସ୍ୟ ଙ୍କ ଉପସ୍ଥିତ ରେ ପୂଜା ଅର୍ଚ୍ଚନା କରାଯାଇ ଥିଲା l ପ୍ରଥମ ଥର ପାଇଁ କନ୍ଧମାଳ ଜିଲ୍ଲା ରୁ ରଥ ନିର୍ମାଣ ପାଇଁ କାଠ ଯାଉଥିବାରୁ ଏହା ଏକ ସୌଭାଗ୍ୟର ବିଷୟ ବୋଲି ବାଲିଗୁଡ଼ା ଡି ଏଫ୍ ଓ ଘନ ଶ୍ୟାମ ମହନ୍ତ କହିଛନ୍ତି l

