ଭଞ୍ଜନଗର,୧୭।୯(ନିଲୁ ବିଷୋୟୀ):ରାଜ୍ୟ ବ୍ୟାପୀ ସ୍ୱତନ୍ତ୍ର ବୃ୍ଷରୋପଣ କାଯ୍ୟକ୍ରମ ଅନଷ୍ଠିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ସମସ୍ତ ବନାଞ୍ଚଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମ ଦିବସ ଅବସରରେ ଏକ ପେଡ୍ ମା କେ ନାମ୍ ଜରିଆରେ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ ସହ ଦୀପ ପ୍ରଜ୍ୱଳନ କାଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗାଲେରି ରେଞ୍ଜ ଅଧିନ ବେରୁଆବାଡ଼ି ଠାରେ ଅନୁଷ୍ଠିତ କାଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବନଖଣ୍ଡ ଅଧିକାରୀ ହିଂମାଶୁ ଶେଖର ମହାନ୍ତି ଯୋଗ ଦେଇ ବୃକ୍ଷ ରୋପଣ କରିଥିଲେ। ପରିବେଶ ସୁରକ୍ଷା ଓ ସବୁଜିମା ବୃଦ୍ଧି ପାଇଁ ଏଭଳି ପଦକ୍ଷେପର ଗୁରୁତ୍ୱ ରହିଛି ବୋଲି ଡିଏଫଓ ଶ୍ରୀ ମହାନ୍ତି କହିଥିଲେ।ଏଥିରେ ରେଞ୍ଜର ସରୋଜ କୁମାର ମହାନ୍ତି,ତୁରୁମୁ ,ଗାଲେରୀ, ତିଲିିସିଙ୍ଗି ସରପଞ୍ଚ ଓ ସମିତିସଭ୍ୟଙ୍କ ସମେତ ବନ କର୍ମଚାରୀ ଓ ଅଞ୍ଚଳବାସୀ ମାନେ ଉପସ୍ଥିତ ରହି ୭୬ ତମ ଜନ୍ମ ଦିବସ ଅବସରରେ ବୃ୍ଷରୋପଣ ସହ ଦୀପ ପ୍ରଜ୍ୱଳନ କରିଥିଲେ। ବନପାଳ ଶୁଭସ୍ମିତା ପାତ୍ର ଏହାକୁ ପରିଚାଳନା କରିଥିଲେ। ସେହିପରି ମୁଜଗଡ ରେଞ୍ଜର ବାହାଦାପଦର୍ ଉଚ୍ଚ ବିଦ୍ୟାଳୟ,କେନ୍ଦ୍ରୀୟ ବନାଞ୍ଚଳର କଣ୍ଟେଇପଲ୍ଲୀ ବନ ସୁରକ୍ଷା ସମିତି ପକ୍ଷରୁ,ତାରାସିଂ ରେଞ୍ଜର କୋକଳବା, ଜଗନ୍ନାଥ ପ୍ରସାଦ ରେଞ୍ଜର ଧିମିରିପଲି ଠାରେ ବୃ୍ଷରୋପଣ ଅନୁଷ୍ଠିତ ହୋଇଥିଲା।

