ପୁରୁଷୋତ୍ତମପୁର,୧୧/୦୬(ଶୁଭଙ୍କରୀ ଦାଶ):ବହୁ ବର୍ଷ ପରେ ଜଣେ ବରିଷ୍ଟ ଶିକ୍ଷାବିତ, ହିନ୍ଦୀ ଭବନ ର କୂଳ ସଚିବ ତଥା ବରିଷ୍ଟ ନାଗରିକ କମିଟିର ଉପଦେଷ୍ଟା ପୁରୁଷାତ୍ତମପୁରବ୍ଳକ ତଥା ଏନଏସିର ପ୍ରତିଷ୍ଠିତ ବ୍ୟକ୍ତି ପ୍ରଫୁଲ କୁମାର ରଥଙ୍କୁ ତାଙ୍କର ଶିକ୍ଷା କ୍ଷେତ୍ରରେ ଶିକ୍ଷଦାନ ସହିତ ବହୁ ସ୍କୁଲ, କଲେଜ ତିଆରି କରି ତାର ସଭାପତି ସମ୍ପାଦକ ରହି ଶିକ୍ଷକ୍ଷେତ୍ର ରେ ଯେଉଁ ବୈପ୍ଲବିକ ଦକ୍ଷତା ପ୍ରତିପାଦିତ କାର୍ଯ୍ୟ କରି ଆସିଛନ୍ତି ସେଥିପାଇଁ ତାଙ୍କୁ ବହୁ ବର୍ଷ ପରେ ଜ୍ଞାନଦାନ ହନରାରୀ ଡ଼କ୍ଟରେଟ ଆଓ୍ବାର୍ଡସ ଫାଉଣ୍ଡେସନ ଦ୍ଵାରା ଡ଼କ୍ଟରେଟ ଉପାଧୂରେ ସମ୍ମାନିତ କରାଯାଇଛି। ଏହି ଖବର ପ୍ରଚାରିତ ପରେ ବ୍ଳକ ଓ ଏନଏସିର ପ୍ରତେକ ବ୍ୟକ୍ତି ବିଶେଷ, ବୁଦ୍ଧିଜୀବୀ, ବରିଷ୍ଟ ନାଗରିକ ସଙ୍ଘ ଏବଂ ତିଆରି କରିଥିବା ସ୍କୁଲ ର ଛାତ୍ର ଛାତ୍ରୀ ଖୁସିବ୍ୟକ୍ତ କରି ଥିଲେ | ସେଥିପାଇଁ ତାଙ୍କୁ ସମ୍ବର୍ଦ୍ଧିତ କରିବା ନିମନ୍ତେ ତାଙ୍କର ଛାତ୍ର ତଥା ସନ ସାଇନ ଇଂଲିଶ ମିଡ଼ିଏମ ସ୍କୁଲ ର ନିର୍ଦେଶକ ସୁନୀଲ ମହାନ୍ତି ଙ୍କ ଏବଂବୃନ୍ଦାବନ ପାଣ୍ଡୀ ମହିଳା କଲେଜ ର ଅଧକ୍ଷା ଙ୍କ ସଂଯୋଜନା ରେ ଏକ ବୈଠକ କରି ଅନ୍ୟ ଉପସ୍ଥିତ ଅତିଥି ମାନଙ୍କ ଦ୍ଵାରା ପ୍ରଫୁଲ ରଥଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଆତ୍ମାର ଅଧକ୍ଷ ଅରୁଣ କୁମାର ପଣ୍ଡା, ସମାଜସେବୀ ଅମୁଲ୍ୟ କୁମାର ଦାଶ, କୋଦଳା ବୃନ୍ଦାବନ ପାଣ୍ଡୀ ମହିଳା କଲେଜରଅଧକ୍ଷା,ସରୋଜିନୀ ବ୍ରହ୍ମା,କୋଦଳାଲକ୍ଷ୍ମୀନାରାୟଣକକେଜର ଅଧକ୍ଷ ଦାତ୍ତା ରାମ ବିଷୋୟୀ, ଏବିଓ ବିଜୟ କୁମାର ବେହେରା, ଯୋଗଦେଇ ମଞ୍ଚାସିନ ଥିଲେ | ଅତିଥି ମାନେ ସେମାନଙ୍କ ବକ୍ତବ୍ୟରେ ରଥ ସାରଙ୍କ ଜୀବନ ଶୈଳୀ ବିଷୟ ରେ ଯାହା କହିଲେ ତାହା ଲେଖିଲେ ଗୋଟିଏ ପୁରାଣ ହୋଈ ଯିବ | ତେଣୁ ଏହିଭଳି ବ୍ୟକ୍ତି ବିଶେଷ ଙ୍କୁ ସମସ୍ତେ ଅତୀବ ପ୍ରଶଂସା କରି ସମ୍ବର୍ଦ୍ଧିତ କରିଥିଲେ |ଏହି ଅବସର ରେ ସ୍କୁଲ କଲେଜ ର ଷ୍ଟାଫ, ବରିଷ୍ଟ ନାଗରିକ ସଂଘର ପ୍ରମୁଖ କର୍ମକର୍ତ୍ତା ଏବଂ ବହୁ ବୁଦ୍ଧିଜୀବୀ ସାମ୍ବାଦିକ ଉପସ୍ଥିତ ରହିଥିଲେ। ସନ ସାଇନ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀ, ଓ ଷ୍ଟାଫ ଙ୍କ ସହଯୋଗ ରେ ଏହା ସମାପନ ହୋଇଥିଲା |

