ଭଞ୍ଜନଗର,୯/୬,(ନିଲୁ ବିଷୋୟୀ): ବ୍ରହ୍ମପୁର ଜିଲ୍ଲା ଆଇନସେବା ପ୍ରାଧୀକରଣ ପକ୍ଷରୁ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଓ ମୌଳିକ କର୍ତ୍ତବ୍ୟ ସମ୍ପର୍କିତ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଭଞ୍ଜନଗର ଆର୍ଏମ୍ସି ସମ୍ମିଳନୀ କକ୍ଷରେ ପ୍ରବାସୀ ଶ୍ରମିକଙ୍କ ସମ୍ବନ୍ଧୀୟ ବିଭିନ୍ନ ସମସ୍ୟା ତଥା ଆଇନଗତ ଦିଗ ସଂର୍ପକରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗଞ୍ଜାମ ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ ସଚିବ ବ୍ୟୋମକେଶ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭଞ୍ଜନଗରର ସିନିୟର ସିଭିଲ ଜଜ ଦେବାଶିଷ ବିଶୋଇ ଏବଂ ଏସଡିଜେଏମ ସୌମ୍ୟ ରଞ୍ଜନ ପୃଷ୍ଟି ପ୍ରମୁଖ ମଞ୍ଚାସୀନ ରହି ପ୍ରବାସୀ ଶ୍ରମିକଙ୍କ ସାମାଜିକ, ଆର୍ଥିକ ଓ ଆଇନଗତ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା, ନିଶୁଳ୍କ ଆଇନ ସହାୟତାର ସୁବିଧା ଏବଂ ନାଗରିକଙ୍କ ମୌଳିକ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରାଇଥିଲେ। ସେମାନେ ଆଇନ ପ୍ରତି ସଚେତନତା ବୃଦ୍ଧି ମାଧ୍ୟମରେ ସମାଜରେ ନ୍ୟାୟ ଓ ସମାନତା ପ୍ରତିଷ୍ଠା ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ। ଶେଷରେ ଆୟୋଜକ ପକ୍ଷରୁ ସମସ୍ତ ଅତିଥି ଓ ଉପସ୍ଥିତ ଜନସାଧାରଣଙ୍କୁ ଧନ୍ୟବାଦ ଜ୍ଞାପନ କରାଯାଇଥିଲା।

