ଫୁଲବାଣୀ,୧୮।୦୮(ସୁନୀଲ ପଟ୍ଟନାୟକ):ଦୀର୍ଘ ବର୍ଷ ଧରି ସାମ୍ବାଦିକ ଙ୍କ ପାଇଁ ପୂର୍ବ ସରକାର ଲାଗୁ କରିଥିବା ଗୋପବନ୍ଧୂ ଇନ୍ସୁରlନ୍ସ ସ୍କିମ୍ କୁ ବର୍ତ୍ତମାନ ସରକାର ବନ୍ଦ କରି ଆୟୁଷ୍ମାନ ଭାରତ ଜନ ଆରୋଗ୍ୟ ଯୋଜନା ରେ ସାମିଲ କରିବା ପାଇଁ ଉଦ୍ୟମ କରୁଥିବା ରୁ ଏହାର ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ କୌଣସି ପରିସ୍ଥିତି ରେ ବି ଚାଲିଥିବା ଗୋପବନ୍ଧୂ ଇନ୍ସୁରlନ୍ସ ସ୍କିମ ବନ୍ଦ ନ କରିବା ପାଇଁ ରାଜ୍ୟ ବାଣିଜ୍ୟ ପରିବହନ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଜେନା ଙ୍କୁ ଭେଟି ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ ଙ୍କ ନେତୃତ୍ୱ ରେ ଏକ ପ୍ରତନିଧି ଦଳ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା l ସେହିପରି ଗୋପ ବନ୍ଧୁ ଯୋଜନା ର ଅବଧି ପୂରଣ ନିକଟ ହୋଇଯିବାରୁ ଏହାର ତୁରନ୍ତ ରିନ୍ୟୁ କରିବା ଲାଗି ପ୍ରତିନିଧି ଦଳ ଦାବୀ କରିଥିଲେ l ଯଦି ଏହlକୁ ଲାଗୁ କରିବା ପାଇଁ ସରକାର ଉଦ୍ୟମ କରନ୍ତି ତେବେ ରାଜ୍ୟ ବ୍ୟାପୀ ଜୋରଦାର ଆନ୍ଦୋଳନ ହେବଓ ଏଥି ପାଇଁ ସରକାର ଦାୟୀ ରହିବେ ବୋଲି କୁହାଯାଇଥିଲା l ମନ୍ତ୍ରୀ ଜେନା ଏହାକୁ ବିଚାର କରାଯିବ ବୋଲି କହିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ସମ୍ପାଦକ ତ୍ରିନାଥ ସାହୁ, କାର୍ଯ୍ୟ କାରୀ ସଭାପତି ପ୍ରଶାନ୍ତ ବେହେରା, ସହ ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ, ବରିଷ୍ଠ ସାମ୍ବାଦିକ ସୋନ୍ତଶ ଦିଗାଲ, ଉପ ସଭାପତି ସୁଜିତ ବେହେରା, ଆଦିତ୍ୟ ପ୍ରସାଦ ତ୍ରିପାଠୀ, ସଦାଶିବ ପାତ୍ର, ଶିବ ନାୟକ, ଲଲିତ ନାୟକ, ପ୍ରଶାନ୍ତ କୁମାର ଜେନା, କାହ୍ନlପଟ୍ଟନାୟକ, ବିଶ୍ବ ରଂଜନ ସାମନ୍ତ ରାୟ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ l ପ୍ରେସ କ୍ଲବ ପକ୍ଷରୁ ମନ୍ତ୍ରୀ ଜେନା ଙ୍କୁ ଫୁଲ୍ ତୋଡା ଓ ଉପଢ଼ୌକନ ଦେଇ ପ୍ରଥମେ ସମ୍ବର୍ଦ୍ଧିତ କରଯାଇଥିଲା l ସେହିପରି ପ୍ରେସ କ୍ଳବ୍ ର ଅତିରିକ୍ତ ଗୃହ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଅର୍ଥିକ୍ ଅନୁଦାନ ପ୍ରଦାନ କରିବା ପାଇଁ ଅନ୍ୟ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା l ମନ୍ତ୍ରୀ ବିଭୂତି ଭୂଷଣ ଜେନା ସି ଏସ ଆର୍ ଫଣ୍ଡ ରୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ l

