ଫୁଲବାଣୀ,୨୮/୦୪,(ସୁନୀଲ ପଟ୍ଟନାୟକ):ସରକାର ଗ୍ରାମାଂଚଳ ଲୋକଂଙ୍କୁ ଉନ୍ନତ ମାନର ସ୍ଵାସ୍ଥ୍ୟ ସେବା ଯୋଗାଇଦେବା ଲାଗି କୋଟି କୋଟି ଟଙ୍କା ବ୍ୟୟ କରି ୱାର୍ଡ ଗୁଡ଼ିକରେ ଲିଫ୍ଟରୁ ଆରଂଭ କରି, ପଙ୍ଖା, ଏ ସି, ଉନ୍ନତ ମାନର ଲଭlଟରୀ, ଖଟ ସବୁ ବ୍ୟବସ୍ଥା କରିଛନ୍ତି l ତେବେ ଏ ସବୁର ଠିକ ଭାବେ ପରିଚାଳନା କରାଯାଉନଥିବା ଅଭିଯୋଗ ହେଉଛି l ଏହି ମେଡିକାଲ୍ ରେ ଶିଶୁ ୱାର୍ଡ ଓ ମେଡ଼ିସିନ ୱାର୍ଡ ସୁନ୍ଦର୍ ଭାବେ ନିର୍ମାଣ ହୋଇଛି ସତ ହେଲେ ଶିଶୁ ୱାର୍ଡ ରେ କେବେ ଲିଫ୍ଟ ଅଚଳ ତ ଫଂଖା ଚାଲୁନି l ମେଡିସିନ ୱାର୍ଡ ରେ ଏସି ଲାଗିଛି ହେଲେ ବିଦ୍ୟୁତ୍ ଲୋଡ ନେଉନି କହି ଦାୟିତ୍ବ ରେ ଥିବା କର୍ମଚାରୀ ଚଲlଉ ନlହlନ୍ତି l ଫଳରେ ରୋଗୀ ମାନେ ପ୍ରବଳ ଗରମ ରେ ନାହି ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି l ସେହିପରି ସ୍ଵତନ୍ତ୍ର ଅଂଶୁଘାତ ୱାର୍ଡ ନାହିଁ l ଯାହା ଗୋଟିଏ କାମ ଚଳାଇବା ପାଇଁ ଅଛି ତାର ଅଵସ୍ଥା ଭଲ ନାହିଁ l ଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ l ସ୍ଥାୟୀ ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ କେହି ନାହାଁନ୍ତି ଦୁଇ ମାସ ହେଲା l ଦାୟିତ୍ବ ରେ ଏଡିଏମ୍ ଜଣେ ଅଛନ୍ତି l ଏଣୁ ସ୍ଵାସ୍ଥ୍ୟ ବିଭାଗ କତୃପକ୍ଷ ଓ ଜିଲାପାଳ ଏଥି ପ୍ରତି ଦୃଷ୍ଟି ଦେବା ଜରୁରୀ l ନଚେତ ଆଗlମୀ ଦିନରେ ଲୋକେ ଆନ୍ଦୋଳନ କରିବାକୁ ବାଧ୍ୟ ହେବେ ବୋଲି ସିଟିଯେନ୍ ଫୋରମ୍ ସଭାପତି ଡ ଅରୁପ ଜେନା, ବରିଷ୍ଠ ସାମ୍ବାଦିକ ତଥା ସମ୍ପାଦକ ଜିଲ୍ଲା ସିଟିଜେନ ଫୋରମ୍ ସୁନୀଲ ପଟ୍ଟନାୟକ ପ୍ରମୁଖ ଚେତାବନୀ ଦେଇଛନ୍ତି l

