ଫୁଲବାଣୀ:୦୨/୦୮(ସୁନୀଲ ପଟ୍ଟନାୟକ):ଫୁଲବାଣୀ ସମ୍ବାଦ ସାହିତ୍ୟ ଘର ଓ ଜିଲ୍ଲା ଲେଖକ ସାମ୍ମୁଖ୍ୟ, ଫୁଲବାଣୀର ମିଳିତ ଆନୁକୂଲ୍ୟରେ ବର୍ଷା କବିତା ଆସର ଓ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି | ସଭାପତି ଶ୍ରୀଯୁକ୍ତ ରବୀନ୍ଦ୍ରନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ପାଦକ ତଥା ବରିଷ୍ଠ ସାହିତ୍ୟ ସଂଗଠନ ଶ୍ରୀଯୁକ୍ତ କୈଳାସ ଚନ୍ଦ୍ର ଧଳ ସ୍ୱାଗତ ଭାଷଣ ଦେଇଥିଲା ବେଳେ କବି ଅସିତ ନନ୍ଦ ଓ ଧନପତି ଦିଗାଲ ଦୁହେଁ ପ୍ରାରମ୍ଭିକ ସ୍ୱାଗତ ଭଜନ ଗାନ କରିଥିଲେ | ପରେ ପରେ ଜବାହର ନବୋଦୟ ବିଦ୍ୟାଳୟର ଉପ – ଅଧ୍ୟକ୍ଷ ଶ୍ରୀଯୁକ୍ତ ପଞ୍ଚାନନ ଜେନା, ବରିଷ୍ଠ ସାହିତ୍ୟିକ ଶ୍ରୀଯୁକ୍ତ ନବୀନ କିଶୋର ପଣ୍ଡା, ସୁସାହିତ୍ୟିକ ଶ୍ରୀଯୁକ୍ତ ଅଶୋକ କୁମାର ମିଶ୍ର, ଶିକ୍ଷାବିତ ଓ ସାହିତ୍ୟିକ ଶ୍ରୀଯୁକ୍ତ ନବକିଶୋର ରଥ ପ୍ରମୁଖ ଅତିଥି ଭାବେ ଯୋଗଦେଇ “ସାହିତ୍ୟରେ ବର୍ଷା ” ଉପରେ ଆଲୋଚନା କରିଥିଲେ | କବି ଵି.କେ. କମଳଙ୍କ ସଂଯୋଜନାରେ ସର୍ବଶ୍ରୀ ଦୁର୍ଯ୍ୟୋଧନ ପ୍ରଧାନ, ନବ କିଶୋର ରଥ, ଡ ଚିତ୍ତରଞ୍ଜନ ମିଶ୍ର, ଯୁଝିଷ୍ଠିର ମହାନ୍ତି, ପୀତବାସ ସାହୁ, ଡ ପୁର୍ଣ୍ଣେନ୍ଦୁ ତ୍ରିପାଠୀ, ଶ୍ରୀପତି ନାୟକ, ଗୌରୀ ପାଢ଼ୀ, ପୂର୍ଣ୍ଣଚନ୍ଦ୍ର ମହାକୁଡ଼, ଆଶିଷ କୁମାର ବେହେରା, ତାପସ କୁମାର ହୋତା, ମୋହନ ଦିଗାଲ, ଡ ନୃସିଂହାନନ୍ଦ ମହାପାତ୍ର, କୁମୁଦିନୀ କହଁର, ଅସିତ ନନ୍ଦ, ଅଶୋକ କୁମାର ମିଶ୍ର, ରବୀନ୍ଦ୍ରନାଥ ମିଶ୍ର, ଧନପତି ଦିଗାଲ, ନବୀନ କିଶୋର ପଣ୍ଡା, କୈଳାସ ଚନ୍ଦ୍ର ଧଳ, ପୁଷ୍ପିତା ପଟ୍ଟନାୟକ, ପଞ୍ଚାନନ ଜେନା, ଵି କେ କମଳ ପ୍ରମୁଖ କବିତା ପାଠ କରିଥିଲେ | ଶେଷରେ ଜିଲ୍ଲା ଲେଖକ ସାମ୍ମୁଖ୍ୟର ସମ୍ପାଦକ ଶ୍ରୀ ପ୍ରସନ୍ନ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ |

