ଫୁଲବାଣୀ,୧୯/୦୪(ସୁନୀଲ ପଟନାୟକ):କନ୍ଧମାଳ ଜିଲ୍ଲାର ସୁ ପ୍ରସିଦ୍ଧ ତଥା ଐତିହାସିକ ଶ୍ରୀ ଶ୍ରୀ ଶ୍ରୀ ମା ନାରାୟଣୀଙ୍କ ସମେତ ପଞ୍ଚ ଠାକୁରାଣୀଙ୍କ ଯାତ୍ରା ଆସନ୍ତା କାଲି ଅର୍ଥାତ ଏପ୍ରିଲ ୨୦ ରୁ ମଇ ମାସ ୨୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ l ଏହି ଅବସରରେ ଯାତ୍ରା ପରିଚାଳନା କମିଟି ସଭାପତି କାବୁଲା ସେନାପତିଙ୍କ ସମେତ ପରିଚାଳନା କମିଟି ନିଷ୍ପତ୍ତି ପ୍ରକାରେ, କମିଟି ସମ୍ପାଦକ ଏଲ ସଞ୍ଜିତ ପାତ୍ର, ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ, କମିଟି କାର୍ଯ୍ୟକାରୀ ସଦସ୍ୟ ଜଗନ୍ନାଥ ସାହୁ, ମୁକ୍ତିକାନ୍ତ ମହାନ୍ତି, ଦେବାଶିଷ ପ୍ରିୟଦର୍ଶନ, ଲଳିତ ନାରାୟଣ ନନ୍ଦ(ଟିଙ୍କୁ )ପ୍ରମୁଖ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ସୌଜନ୍ୟ ମୂଳକ ସାକ୍ଷାତ କରି ଚଳିତ ଯାତ୍ରା ପାଇଁ ନିମନ୍ତ୍ରଣ କରିଥିଲେ l ମୁଖ୍ୟ ମନ୍ତ୍ରୀ ଆସିବାପାଇଁ ସମ୍ମତି ପ୍ରଦାନ କରିଛନ୍ତି l କିଛି ଦିନ ପୂର୍ବରୁ ସଭାପତି ଶ୍ରୀ ସେନାପତି ସାଧାରଣ ବୈଠକ ଡକାଇ ସମସ୍ତ କାର୍ଯ୍ୟକାରୀ ସଦସ୍ୟ ମାନଙ୍କ ଜରିଆରେ ବିଭିନ୍ନ ବିଭାଗ ବଣ୍ଟନ କରାଯାଇ ସମସ୍ତ ପ୍ରସ୍ତୁତି ଆରମ୍ଭ ହୋଇ ଶେଷ ପର୍ଯାୟରେ ଉପନୀତ ହୋଇଛି l ଯାତ୍ରା ସମୟରେ ବହୁ ନେତା ରାଜନେତା, ମନ୍ତ୍ରୀ, ମାନ୍ୟଗଣ୍ୟ ଅତିଥି ଯୋଗ ଦେବା ଲାଗି ପ୍ରତିଶୃତି ଦେଇଛନ୍ତି l ପବିତ୍ର ପଣା ସଂକ୍ରାନ୍ତି ଦିନ ଯାତ୍ରା ଶୁଭଖୁଣ୍ଟି ସ୍ଥାପନ ଅବସର ରେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ, ବିଧାୟକ ଉମା ଚରଣ ମଲ୍ଲିକ, ଜିଲ୍ଲlପାଳ ବେଦ ଭୂଷଣ, ଆରକ୍ଷୀ ଅଧିକ୍ଷକ ହରିସ ବିଶି, ଅତିରିକ୍ତ ଜିଲ୍ଲାପାଳ,ପ୍ରକଳ୍ପ ନିର୍ଦେଶକ ଡି ଆର୍ ଡି ଏ ଶମ୍ଭୁନାଥ ନନ୍ଦୀ , ଉପଜିଲ୍ଲାପାଳ ଭିକାରୀ ସାହୂ, ବିଡ଼ିଓ ଙ୍କ ସମେତ ସମସ୍ତ ଉଚ୍ଚ ପଦାଧିକାରୀ ମାନେ ଉପସ୍ଥିତ ଥିଲେ l ପ୍ରତ୍ୟେକ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପାଇଁ କମିଟି ପକ୍ଷରୁ ସ୍ଥିର କରାଯାଇଛି l ଯାତ୍ରା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ କୁ ଅନୁରୋଧ କରଯାଇଛି l

