ଫୁଲବାଣୀ,୧/୦୮(ସୁନୀଲ ପଟ୍ଟନାୟକ):ଫୁଲବାଣୀ ସ୍ଥିତ ସରକାରୀ ଶିଳ୍ପ ତାଲିମ କେନ୍ଦ୍ର ପରିସରରେ ଆଜି, ଫୁଲବାଣୀ ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଅନୁଷ୍ଠିତ ଏକ ସଭାରେ ଅନୁଷ୍ଠାନ ର ଛାତ୍ରଛାତ୍ରୀ ମାନଙ୍କୁ ବୃକ୍ଷ ରୋପଣର ଆବଶ୍ୟକତା ବାବଦରେ ଆଲୋକପାତ କରିବା ପାଇଁ, ସମଗ୍ର ପୃଥିବୀ ରେ ୯୭% ଲୁଣି ଜଳ ଏବଂ ମାତ୍ର ୩% ପାନୀୟ ଉପଯୋଗୀ ଜଳ ଥିବା, ଏବଂ ଜଳ ଭାଗ ହିଁ ପୃଥିବୀର ସର୍ବାଧିକ ଅମ୍ଳଜାନ ଯୋଗାଉଛି। ତେଣୁ ଆବଶ୍ୟକ ପରିମାଣର ବର୍ଷା, ପରିବେଶ ସୁରକ୍ଷା ଓ ଅଧିକ ଅମ୍ଳଜାନ ପାଇଁ ଅଧିକ ରୁ ଅଧିକ ବୃକ୍ଷ ର ଆବଶ୍ୟକତା ରହିଛି ତେଣୁ ଆମେ ବୃକ୍ଷ ରୋପଣ ସହିତ ଏହାର ଜତ୍ନ ନେବାର ମଧ୍ୟ ଆବଶ୍ୟକତା ରହିଛି ବୋଲି କହିଥିଲେ। ଏହି ଅବସରରେ ଅନ୍ୟତମ ଅତିଥି ଭାବେ ଅନୁଷ୍ଠାନ ର ଅଧ୍ୟକ୍ଷ ପ୍ରକାଶ ରଞ୍ଜନ ସୋରେନ,ବରିଷ୍ଠ ନାଗରିକ ସଂଘ ର ସଭାପତି ଶ୍ରୀ ପଦ୍ମଚରଣ ସ୍ବାଇଁ, କାର୍ଯ୍ୟକାରୀ ସଭାପତି ନବକିଶୋର ରଥ,ସାଧାରଣ ସମ୍ପାଦକ ଶ୍ରୀ ପ୍ରଣବ କୁମାର ମଣ୍ଡଳ ଏବଂ ବରିଷ୍ଠ ଉପଦେଷ୍ଟାନବୀନ କିଶୋର ପଣ୍ଡା ନିଜ ନିଜର ବକ୍ତବ୍ୟ ରଖିଥିଲେ। କାର୍ଯ୍ୟକ୍ରମକୁ ଅନୁଷ୍ଠାନ ର ପ୍ରଶିକ୍ଷକ ନୃସିଂହାନନ୍ଦ ମହାପାତ୍ର ଓ ବରିଷ୍ଠ ନାଗରିକ ସଂଘ ର ସହସମ୍ପାଦକ ଶ୍ରୀ ବଂଶୀଧର ପଣ୍ଡା ପରିଚାଳନା କରିଥିଲେ। ଏହି ଅବସରରେ ବରିଷ୍ଠ ନାଗରିକ ସଂଘ ର ସମସ୍ତ ସଦସ୍ୟ ସଦସ୍ୟା ଓ କର୍ମକର୍ତ୍ତା ଯୋଗ ଦେଇ ସହଯୋଗ କରିବା ସହ ବୃକ୍ଷ ରୋପଣ କରିଥିଲେ। ଅନୁଷ୍ଠାନର ପରିସରରେ ବିଭିନ୍ନ ପ୍ରକାରର ଔଷଧିୟ ବୃକ୍ଷ ସମେତ ଅନ୍ୟାନ୍ୟ ୬୦ଟି ବୃକ୍ଷ ରୋପଣ କରାଯାଇଥିଲା। ଏଥିରେ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସମେତ ଅବସର ପ୍ରାପ୍ତ ସେନା କର୍ମଚାରୀ ଶ୍ରୀ ପ୍ରକାଶ ଚନ୍ଦ୍ର ଦାସ ଓ ସମାଜସେବୀ ତଥା ସାମ୍ବାଦିକ ପ୍ରଶାନ୍ତ କୁମାର ବେହେରା ସହଯୋଗ କରିଥିଲେ। ଶେଷରେ ଅନୁଷ୍ଠାନର ଅଧ୍ୟକ୍ଷ ସମସ୍ତଙ୍କୁ ଧନ୍ୟବାଦ୍ ଦେଇଥିଲେ।

