ଫୁଲବାଣୀ,୨୬/୦୫,(ସୁନୀଲ ପଟନାୟକ):ଫୁଲବାଣୀ ସହରରେ ଗତ କିଛି ଦିନ ହେଲା ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଅନୁଭୁତ ହେଉଛି l ତାପ ମାତ୍ରା ବୃଦ୍ଧି ପାଇ ରବିବାର ୪୨.୦୫ଡିଗ୍ରୀ ସେଲ ସୀୟସ ରେ ପହଞ୍ଚିଥିଲା l ସକାଳ ୮ଟା ପରଠୁ ଗରମ ଆରଂଭ ହୋଇଯାଉଛି l ଘରୁ ବାହାରିବା ମୁଷ୍କିଲ ହୋଇପଡିଛି l ରାସ୍ତା ଘାଟ ଖାଁ ଖାଁ l ବ୍ୟବସାୟୀ ମାନେ ହାତ ବlନ୍ଧି ବସିରହିଥିବା ଦେଖାଯାଉଛି l ଗରମ ସାଙ୍ଗକୁ ପାନୀୟ ଜଳ ସମସ୍ୟା ଓ ବିଦ୍ୟୁତ୍ ସମସ୍ୟା ଲୋକଙ୍କୁ ନକେଦମ୍ କଲାଣି l ଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ l ମରାମତି ଟିକେ ହେଉଛି ଆସିଯିବ ବୋଲି କହି ସବୁଦିନିଆ ଲାଇଟ୍ ଯାଉଛି l ଫଳରେ ଘରେ ମଧ୍ଯ ରହିବା ମୁସ୍କିଲ l ପାଣି ପାଗ ବିଭାଗ ଦାୟିତ୍ବ ରେ ଥିବା ଅଧିକାରୀ ଙ୍କୁ ପଚାରିଲେ ଆଉକିଛି ଦିନ ଏଭଳି ତାପ ମାତ୍ରା ରହିବ ବୋଲି କହିଛନ୍ତି l ଜିଲା ପ୍ରଶାସନ ଓ ରାଜ୍ୟ ସରକାର ପ୍ରବଳ ଖରା କୁ ଦୃଷ୍ଟିରେ ରଖି ଦିନ ୧୧ଟା ପରେ ଘରୁ ବାହାରକୁ ନ ବାହାରିବା ପାଈଁ ସତ ର୍କ ସୂଚନା ଜାରି କରିଛନ୍ତି l ଏଥି ସହ ଛତା, ଓଦା ଗାମୁଛା ସହ ପଇଡ଼, ପାଣି, ସରବତ, ଓ ଆର୍ ଏସ ଆଦି ପିଇବା ପାଇଁ ମଧ୍ଯ ପରାମର୍ଶ ଦିଆଯାଇଛି l ମ୍ୟୁନିସପାଲିଟି ପକ୍ଷରୁ ସହର ର ବିଭିନ୍ନ ଛକ ଓ ଜନ ଗହଳି ସ୍ଥାନ ମାନଙ୍କ ରେ ଜଳ ଛତ୍ର ଖୋଲାଯାଇ ସ୍ୱଚ୍ଛ ପାନୀୟ ଜଳ ର ବ୍ୟବସ୍ଥା କରାଯାଇଛି l ଅଂଶୁଘାତ ଜନିତ ମୃତ୍ୟୁ ହୋଇନଥିବା କୁହାଯାଉଥିବା ବେଳେ ଅଂଶୁଘାତ ରେ ଜଣକ ର ମୃତ୍ୟୁ ହୋଇଥିବା କୁହାଯାଉଛି l

