ଫୁଲବାଣୀ,୨୮/୪:(ସୁନୀଲ ପଟ୍ଟନାୟକ):ଫୁଲବାଣୀ ଗୋପବନ୍ଧୁ ଛକରେ ଆଜି ସକାଳ ୧୦ ଘଟିକା ରେ“ଗୌ ସମ୍ମାନ ଆହ୍ୱାନ ଅଭିଯାନ” ନିମନ୍ତେ ସନ୍ଥ ସମାଜ ପ୍ରତିନିଧି, ଗୌଭକ୍ତ ଓ ସଚେତନ ନାଗରିକମାନେ ଏକତ୍ର ହୋଇ ଭାରତର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଓଡିଶାର ରାଜ୍ୟପାଳ ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗୌମାତାଙ୍କ ସେବା ,ସୁରକ୍ଷା, ସମ୍ମାନ ପାଇଁ ଏକ ସଂଯୁକ୍ତ ପ୍ରାର୍ଥନା ପତ୍ର ଫୁଲବାଣୀ ଅତିରିକ୍ତ ତହସିଲଦାର ଶ୍ରୀ ଯୁକ୍ତ ସୋମେକେଶ ନାୟକଙ୍କୁ ପ୍ରଦାନ କରିଥିଲେ।ସନ୍ଥ ସମାଜ ଙ୍କ ଆହ୍ବାନ କ୍ରମେ ଭାରତର ପାଞ୍ଚ ହଜାର ତହସିଲ ରେ ଚାଲୁଥିବା ଏହି ଅଭିଯାନର ମୂଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତୀୟ ଦେଶୀ ଗୋବଂଶର ସେବା ପାଇଁ ଅନୁସନ୍ଧାନ ଓ ଅନୁଦାନ,ସୁରକ୍ଷା ପାଇଁ ଭାରତରେ ଗୋହତ୍ୟା ସମ୍ପୂର୍ଣ୍ଣ ନିଷେଧ ଓ ସମ୍ମାନ ପାଇଁ ଗୌ ମାତାକୁ ରାଷ୍ଟ୍ର ମାତା ଅବା ରାଷ୍ଟ୍ର ଆରାଧ୍ୟା ଭଳି ମାନ୍ୟତା ଦେବାକୁ ପ୍ରାର୍ଥନା ପତ୍ର ରେ ଉଲ୍ଲେଖ ଥିବା ସହିତ ଫୁଲବାଣୀ ବ୍ଲକ ର ସମସ୍ତ ପଞ୍ଚାୟତରୁ ସମର୍ଥକ ମାନଙ୍କ ର ଶତାଧିକ ହସ୍ତାକ୍ଷର ସଂଲଗ୍ନ ହୋଇଅଛି। ଭାରତ ଭଳି କୃଷି ପ୍ରଧାନ ଦେଶ ରେ କୃଷକ ର ଆୟ ଦୁଇଗୁଣା ଅଧିକ କରିବା, ଜୈବିକ କୃଷି ପାଇଁ ଯୋଜନା, ରାସାୟନିକ ସାର ର ମାଟି, ପରିବେଶ ଓ ମଣିଷର ସ୍ୱାସ୍ଥ୍ୟ ପ୍ରତି ଥିବା ଦୁଷ୍ପ୍ରଭାବ କୁ ରୋକିବା ରେ ଭାରତୀୟ ଦେଶୀ ଗୋବଂଶର ସଂରକ୍ଷଣ ଓ ପ୍ରସାର ପାଇଁ ନିହାତି ଆବଶ୍ୟକ।ଅଭିଯାନରେ ଉପସ୍ଥିତ ଶ୍ରୀ ପିତାମ୍ବର ମିଶ୍ର, ବଂଶୀଧର ପଣ୍ଡା, ଅଶୋକ ପରିଡ଼ା,ଏ ସନ୍ତୋଷ କୁମାର ପାତ୍ର,ମାନସ ମହାନ୍ତି, ଶିବାଶିଷ ପଣ୍ଡା, ଚତୁର୍ଭୁଜ ମହାକୁଡ଼ ଶ୍ରୀନିବାସ ପଟ୍ଟନାୟକ, ଏବଂ ନିରଞ୍ଜନ ପାଣ୍ଡେ ପ୍ରମୁଖ ଉପସ୍ଥିତ ରହି ଏକ ସ୍ୱରରେ କହିଥିଲେ ଯେ ଗୌମାତା କେବଳ ଧାର୍ମିକ ଆସ୍ଥାର ପ୍ରତୀକ ନୁହେଁ, ବରଂ ଦେଶର କୃଷି, ସ୍ୱାସ୍ଥ୍ୟ, ଅର୍ଥନୀତି ଓ ପରିବେଶର ଆଧାର।ଏହି ଅଭିଯାନ ମାଧ୍ୟମରେ ସମଗ୍ର ଦେଶରେ ଗୌ ସମ୍ମାନ ସୃଷ୍ଟି କରିବା ସହିତ ସରକାରଙ୍କ ନିକଟରେ ଶୀଘ୍ର କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଅଭିଯାନ ର ସ୍ବେଚ୍ଛାସେବୀ ଆଶା ବ୍ୟକ୍ତ କରିଛନ୍ତି।

