ଫୁଲବାଣୀ,୧୩/୦୮(ସୁନୀଲ ପଟ୍ଟନାୟକ):ସ୍ୱାଧୀନତା ଦିବସ ୨୦୨୬ ଅବସରରେ “ହର ଘର ତ୍ରିରଙ୍ଗା–୨୦୨୬” କାର୍ଯ୍ୟକ୍ରମକୁ କନ୍ଧମାଳ ଜିଲ୍ଲାରେ ବ୍ୟାପକ ଓ ଆଡ଼ମ୍ବରପୂର୍ଣ୍ଣ ଭାବେ ପାଳନ କରିବା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁବାର ଅଗଷ୍ଟ ୧୩ ତାରିଖ ସକାଳ ୭:୩୦ ରେ ଫୁଲବାଣୀର କୋରୋନେସନ ପଡ଼ିଆରୁ ଏକ ବିଶାଳ “ତ୍ରିରଙ୍ଗା ବାଇକ୍ ଓ ସାଇକେଲ୍ ରାଲି”ର ଅୟୋଜନ କରଯାଇଥିଲା। ରାଲିର ପ୍ରାରମ୍ଭରେ ଦେଶଭକ୍ତି ଓ ଜାତୀୟ ଏକତାର ଭାବନା ଜାଗ୍ରତ କରିବା ପାଇଁ ସମବେତ କଣ୍ଠରେ “ବନ୍ଦେ ମାତରମ୍” ଗାନ କରାଯାଇଥିଲା। ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଲି ର ଶୁଭାରମ୍ଭ କରିଥିଲେ l କୋରୋନେସନ ପଡ଼ିଆରୁ ବାହାରି ଗୋପବନ୍ଧୁ ଛକ, ବିଜୁ ପଟ୍ଟନାୟକ ଛକ, ମାଦିକୁନ୍ଦା ଛକ, ଗାନ୍ଧୀ ଛକ, ବସ୍ ଷ୍ଟାଣ୍ଡ, ଫୁଲବାଣୀ ସାହି ଛକ, ଜଗନ୍ନାଥ ମନ୍ଦିର ଛକ, କୋର୍ଟ ଛକ ଏବଂ ଗୋପବନ୍ଧୁ ଛକ ହୋଇ ପୁନର୍ବାର କୋରୋନେସନ ପଡ଼ିଆଠାରେ ଶେଷ ହୋଇଥଲା l ଜିଲାପାଳ ବେଦ ଭୂଷଣ, ଏସପି ରମେନ୍ଦ୍ର ପ୍ରସାଦ, ଅତିରିକ୍ତ ଜିଲ୍ଲାପାଳ କୁଶଳ ଚନ୍ଦ୍ର ନାୟକ, ପି ଡି ଡି ଆର୍ ଡି ଏ ସମ୍ଭୁନାଥ ନନ୍ଦୀ, ପି ଡି ଡ୍ୟୁ ଡ଼ା ପ୍ରବୀଣ କୁମାର ବାଣୁଆ, ଉପ ଜିଲ୍ଲାପାଳ ଭିକାରୀ ସାହୂ, ମ୍ୟୁନିସିପାଲଟି ନିର୍ବାହୀ ଅଧିକାରୀ ସମରେଶ ମହାନ୍ତି, ଙ୍କ ସମେତ ଏସ ଡି ସି ଅଧ୍ୟକ୍ଷ ମାନ ଗୋବିନ୍ଦ ପ୍ରଧାନ, ଓକିଲ ସଂଘ ସଭାପତି ଭଗବାନ ମହାନ୍ତି, ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ ଙ୍କ ସମେତ ବହୁ ବରିଷ୍ଠ ନାଗରିକ, ଛାତ୍ର ଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ, ବୁଦ୍ଧିଜୀବି କ୍ରୀଡାବିତ, ଯୋଗ ଦେଇଥିଲେ l ଜିଲ୍ଲା କ୍ରୀଡା ଅଧିକାରୀ ସମୀର ନାୟକ ଓ ଜିଲ୍ଲା ସଂସ୍କୃତି ଓ ସୁଚନା ଅଧିକାରୀ ନଳିନୀ କୁମାର ସାହୁ, ସାମ୍ବାଦିକ ଅଶୋକ ମହାନ୍ତି କାର୍ଯ୍ୟ କ୍ରମ କୁ ସୁଚାରୁରୂପେ ପରିଚାଳନା କରିଥିଲେ l

