ଫୁଲବାଣୀ,୧୩/୦୫,(ସୁନୀଲ ପଟ୍ଟନାୟକ):ଏବେ ଫୁଲବାଣୀ ସହରରେ ନାରାୟଣୀ ଯାତ୍ରା ଚାଲିଛି l ଫଳରେଜିଲ୍ଲା ଓ ଜିଲ୍ଲା ବାହାର ର ଲୋକଂକ ନାହିଁ ନଥିବା ଭିଡ l ଯାତ୍ରା ପାଇଁ ମିନlବଜlର ସାଙ୍ଗକୁ ବିଭିନ୍ନ ଖାଦ୍ୟ ଷ୍ଟଲ ବହୁ ସଂଖ୍ୟାରେ ପଡ଼ିଛି l ନାରାୟଣୀ ଯାତ୍ରାରେ ଅଣ ଅନୁମତି ପ୍ରାପ୍ତ ରଙ୍ଗ, ନିମ୍ନ ମାନର ଖାଦ୍ୟ ଓ ନିମ୍ନ ମାନର ଫାଷ୍ଟ ଫୁଡ ର ଅବାଧ ବିକ୍ରି ହେଉଥିବା ଦେଖିବାକୁ ମିଳିଛି l ସହର ଓ ଗ୍ରାମାଞ୍ଚଳର ଲୋକେ ପ୍ରତିଦିନ ଯାତ୍ରା ଦେଖିବାକୁ ଆସି ଏସବୁ ଖାଦ୍ୟ ଖାଇଥାନ୍ତି l ଖାଦ୍ୟ ପ୍ରସ୍ତୁତ କାରି ଙ୍କୁ ଫୁଡ ଅଡଲଟେରେସନ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଉ ନାହିଁ କି ଫୁଡ ସେଫଟି ବିଭାଗ ପକ୍ଷରୁ ସଚେତନତା କରାଯାଉ ନାହିଁ! ଫୁଡ୍ ଅଫିସର ନିୟମିତ ଖାଦ୍ୟ ଯାଞ୍ଚ ବି କରୁନଥିବା ଅଭିଯୋଗ ହେଉଛି l ଜିଲ୍ଲାରେ କେତେ ଟା କେଶ ହୋଇଛି, କେତେଟାରେ ଦଣ୍ଡ ବିଧାନ ହୋଇଛି, କେତେ କେଶ ବିଚାରଧୀନ ରହିଁଛି ତାହା ପଚାରିଲେ ଉତ୍ତର ମିଳୁନି l ଜବତ ଦ୍ରବ୍ୟ ଓ ପେକେଟ ଖାଦ୍ୟ (ଶୁଖା ଖାଦ୍ୟ ) ର ମାନ ନିର୍ଦ୍ଧାରଣ ପାଇଁ ଲାବୋରଟାରୀ ଟେଷ୍ଟ ରିପୋର୍ଟରେ ଅହେତୁକ ବିଳମ୍ବ ର ପ୍ରତିକାର କରାଯାଉ ନାହିଁ ବୋଲି ପୂର୍ବତନ ସରକାରୀ ଓକିଲ ସୌମେନ୍ଦ୍ର କୁମାର ସାହୁ ସ୍ବେଛାସେବୀ ଏମ ଡି ଜିଆଉଦ୍ଦିନ, ପୂର୍ବତନ ଖାଉଟି ବିବାଦ ପ୍ରତିକାର ମଞ୍ଚ ର ସଦସ୍ୟ ସନ୍ତୋଷ କୁମାର ଡିଗଲ ମତବ୍ୟକ୍ତ କରିଛନ୍ତି!ବି ଏନ ଏସ ଧାରା ୨୭୪ ରେ ମାମଲା ରୁଜୁ କରିବାକୁ ଦାବୀ ହେଉଛି! ଏହି ଆଇନ ଧାରା ୨ ରେ ଛ ମାସ ଜେଲ ଓ ପାଞ୍ଚ ହଜାର ଟଙ୍କା ଜୋରି ମାନା ବ୍ୟବସ୍ଥା ରହିଁଛି l ଏଥିପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବାକୁ ଦାବି ହେଉଛି l

