ଫୁଲବାଣୀ,୮/୦୬,(ସୁନୀଲ ପଟ୍ଟନାୟକ):ଚଳିତ ବର୍ଷ ଗ୍ରୀଷ୍ମ ଋତୁରେ ଫୁଲବାଣୀ ସହର ରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ରେ ସୁଧାର ଆସିଥିବା ଦେଖିବାକୁ ମିଳିଛି l ୧୩ୱାର୍ଡ ବିଶିଷ୍ଟ ଫୁଲବାଣୀ ସହର ର ଜନସାଧାରଣ ଙ୍କୁ ଦିନକୁ ଦୁଇ ଥର ଘରକୁ ପାଇପ ଜଳ ଯୋଗାଇ ଦିଆଯାଉଥିବାରୁ ଲୋକେ ବେଶ ଖୁସ l ନାରାୟଣୀ ମନ୍ଦୀର ନିକଟ ସମ୍ପ ରୁ ପାଣି ଉଠl ଯାଇ ନିକଟ ରେ ଥିବା ୱlଟର ଟ୍ରିଟ ମେଣ୍ଟ ପ୍ଲାଣ୍ଟ ରେ ବିଶୋଧିତ କରାଯାଇ ପ୍ରତିଦିନ ସହର କୁ ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦିଆଯାଉଥିବା ସହକାରୀ ଯନ୍ତ୍ରୀ ଇଁ ସନ୍ତୋଷ କୁମାର ସାହୁ କହିଛନ୍ତି l ସେହିପରି ଅଟନୋମସ କଲେଜ ନିକଟ ରେ ମଧ୍ୟ ଆଉ ଏକ ସମ୍ପ୍ ଜରିଆରେ ପାଣି ଉଠା ଯାଇ କଲେଜ, ଓ ଆଖପାଖ ଅଞ୍ଚଳର ଜନସାଧାରଣ ଙ୍କୁ ଯୋଗାଇଦିଆଯl ଉଛି l ଏତଦବ୍ୟତୀତ ସହର ର ବିଭିନ୍ନ ସାହି ବସ୍ତିରେ ନଳକୂପ, କୂପରୁ ଲୋକେ ପାନୀୟ ଜଳ ସଂଗ୍ରହ କରି ବ୍ୟବହାର କରୁଛନ୍ତି l ଫଳରେ ପୂର୍ବାପେକ୍ଷା ପାନୀୟ ଜଳ ସମସ୍ୟାରେ ଯଥେଷ୍ଟ ସୁଧାର ଆସିଛି l ସେହିପରି ଏଫ୍ ସି ଆଇ ଛକ ଅଞ୍ଚଳ ର କେତେକ ସାହି କୁ ପାଇପ ଯୋଗେ ଦିଆଯାଉଥିବା ଜଳ କମିଯିବାରୁ ସେଠାକୁ ପାଣି ଟ୍ୟା ଙ୍କର ଯୋଗେ ଦୁଇ ବେଳା ପାଣି ଯୋଗାଇ ଦିଆଯାଉଥିବା ସହକାରୀ ଯନ୍ତ୍ରୀ ଇଁସାହୂ କହିଛନ୍ତି l ଛତ୍ରପୁର ସ୍ଥିତ ଅଧିକ୍ଷଣ ଯନ୍ତ୍ରୀ ଇଁ. ପ୍ରଶାନ୍ତ କୁମାର ଦାସ ଙ୍କ ନିର୍ଦେଶ ଓ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ସହ ସହକାରୀ ଯନ୍ତ୍ରୀ ଇଁ ସନ୍ତୋଷ କୁମାର ସାହୁ ଙ୍କ ନିଷ୍ଠା ପର ଉଦ୍ୟମ ଆନ୍ତରିକତା, ଅକ୍ଲାଣ୍ଟ ପରିଶ୍ରମ ଯୋଗୁଁ କାର୍ଯ୍ୟ ଦକ୍ଷତା ଯୋଗୁଁ ଫୁଲବାଣୀ ସହରରେ ଜଳ ଯୋଗାଣ ସମସ୍ୟା ଦୂର ହୋଇପାରିଛି l ତେବେ ବେଳେ ବେଳେ ବିଦ୍ୟୁତ୍ ସମସ୍ୟା ଯୋଗୁଁ ପାଣି ଯୋଗାଇବାରେ ବିଳମ୍ବ ଓ ସମସ୍ୟା ସୃଷ୍ଟି ହେଉଥିବା ଇଁ. ସାହୂ କହିଛନ୍ତି, ଏଥିରେ ଜନସାଧାରଣ ସହଯୋଗ କରିବା ପାଇଁ ସେ ଅନୁରୋଧ କରିଛନ୍ତି l

