ଚିକିଟି,୧୪/୬(ନିଗମାନନ୍ଦ ପଣ୍ଡା):ଆଜି ଅପରାହ୍ନ ୫. ୩୦ ମିନିଟ ସମୟ ରେ ନୂଆପଡା ଫାଣ୍ଡି ଅଧୀନ ଚିକିଟି ବ୍ଲକ ବଡ଼ କେଳାଝୁରି ବିଲ ରେ ବଜ୍ରାଘାତ ରେ ଏକ ମଇଁଷି ମୃତ ହୋଇଛି l ଜଗୁଆଳି ଲିଟୁ ଗୌଡ଼ ସାମାନ୍ୟ ଗୁରୁତର ହୋଇ ନୂଆପଡା ମେଡିକାଲ ରୁ ଚିକିତ୍ସା ହୋଇ ଘରକୁ ଫେରିଛନ୍ତି l ସୂଚନା ମୁତାବକ ମଇଁଷି ଗୋଠ ରୁ ଏକ ମଇଁଷି ବାହାରି ବିଲ ରେ ଅଲଗା ଚରୁଥିବା ବେଳେ ଏହି ବଜ୍ରାଘାତ ହୋଇଥିଲା l ଖବର ପାଇ ଘଟଣା ସ୍ଥଳରେ ପ୍ରାଣୀମିତ୍ର ଗୌରାଙ୍ଗ ପ୍ରଧାନ ପହଂଚି ଅନ୍ୟ ମଇଁଷି ଙ୍କ ସ୍ୱାସ୍ଥ୍ୟବସ୍ଥା ତଦାରଖ କରି ଫେରିଛନ୍ତି l ଗ୍ରାମ ଲୋକ ଙ୍କ ସହଯୋଗ ରେ ଲିଟୁ ଙ୍କୁ ଚିକିତ୍ସା ପାଇଁ ନୂଆପଡା ମେଡିକାଲ ରେ ଭର୍ତ୍ତି କରାଯାଇଥିଲା l ସେ ସୁସ୍ଥ ହୋଇ ଘର କୁ ଫେରିଛନ୍ତି l ଲିଟୁ ଗରିବ ପଶୁପାଳକ ଅଟନ୍ତି l କ୍ଷତିପୂରଣ ଯୋଗାଇବାକୁ ଗ୍ରାମବାସୀ ଦାବୀ କରିଛନ୍ତି l

