କଳାହାଣ୍ଡି ,୧୩/୦୫,(ରୁପେନ୍ଦ୍ର ସୁନାନୀ):କଳାହାଣ୍ଡି ଜିଲ୍ଲା, ବଡ ଗୁମର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖମାରଗୁଡା ଶିବ ମନ୍ଦିର ପରିସରରେ ଥିବା କୂଅରେ ପଡ଼ିଥିବା ଭାଲୁକୁ ଉଦ୍ଧାର କରିଛନ୍ତି ବନ ବିଭାଗ ଏବଂ ଅଗ୍ନିଶମ ବିଭାଗ କର୍ମଚାରୀ।ପ୍ରାପ୍ତ ସୂଚନା ଅନୁସାରେ ଭାଲୁଟି ଶିବ ମନ୍ଦିର ପରିସରରେ ଥିବା ଆମ୍ବ ଏବଂ କାଜୁ ଖାଇବା ପାଇଁ ରାତିରେ ଆସି ଉକ୍ର କୁଅରେ ପଡି ଯାଇଥିଲା।ସକାଳେ ଭାଲୁ ଶବ୍ଦ କରିବାରୁ ସ୍ଥାନୀୟ ଲୋକେ କୁଅ ରେ ଭାଲୁ ପଡ଼ିଥିବା ଜାଣିବାକୁ ପାଇଥିଲେ। ଜଙ୍ଗଲି ଭାଲୁ ହୋଇଥିବା ସହ ଆକ୍ରମଣର ଭୟ ରହିଥିବାରୁ କେହି ମଧ୍ୟ ଉଦ୍ଧାର କରିବାକୁ ସାହସ କରୁ ନ ଥିଲେ। ପରେ ବନ ବିଭାଗକୁ ଖବର ଦେଲା ପରେ ତୁରନ୍ତ ବନ ବିଭାଗ ପକ୍ଷରୁ ବନପାଳ ଝୁନୁବାଲା ସାହୁ, ପାରା ବନ କର୍ମଚାରୀ କ୍ଷତ୍ରିୟ ନାଏକ, ସ୍ଵାଧୀନ ଦଣ୍ଡସେନା, ପ୍ରଶାନ୍ତ ଦଳପତି ସହ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତୁରନ୍ତ କୁଅରେ ପଡି ଯାଇଥିବା ଭାଲୁକୁ ଉଦ୍ଧାର କରିଛନ୍ତି।

