ବ୍ରହ୍ମପୁର,୨୬।୭(ହିମାଂଶୁ ଶେଖର ସାବତ):ଆଜି ଗରିମାମୟ ପରିବେଶରେ କାରଗିଲ ବିଜୟ ଦିବସ ପାଳନ କରାଯାଇଛି। ୧୯୯୯ ମସିହାରେ ଭାରତ ଓ ପାକିସ୍ତାନ ମଧ୍ୟରେ ସଂଘଟିତ କାରଗିଲ ଯୁଦ୍ଧରେ ଭାରତୀୟ ସେନା ଐତିହାସିକ ବିଜୟ ହାସଲ କରିଥିଲା। ଦେଶର ସୁରକ୍ଷା ପାଇଁ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ଶହୀଦମାନଙ୍କ ଅମର ସ୍ମୃତିକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁଲାଇ ୨୬ ତାରିଖରେ କାରଗିଲ ବିଜୟ ଦିବସ ପାଳନ କରାଯାଏ।ଏହି ଅବସରରେବ୍ରହ୍ମପୁର ଭେଟେରାନ୍ସ ଆସୋସିଏସନ୍ ପକ୍ଷରୁ ଜଗଦଳପୁର ଠାରେ କାର୍ଗିଲ ବିଜୟ ଦିବସ ପାଳନ ହୋଇଛି l କାର୍ଯ୍ଯକ୍ରମ ଅବସରରେ ସକାଳ ୮.୪୫ରେ ଲୋଚାପଡା ପେଟ୍ରୋଲ ପମ୍ପ ନିକଟରୁ ଏକ ବାଇକ ରେଲୀ ଯୋଗେ ଜଗଦଳପୁର ସ୍ଥିତ କାର୍ଗିଲ ସହିଦ ଶ୍ରୀନିବାସ ପାତ୍ରଙ୍କ ପ୍ରତିମୂର୍ତ୍ତି ପାଖରେ ପହଞ୍ଚିବା ସହିଦ ଶ୍ରୀନିବାସ ପାତ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପାଞ୍ଜଳି ପ୍ରଦାନ କରିଥିଲେ lଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ଥିବା ଅବସର ପ୍ରାପ୍ତ ସେନା କର୍ମଚାରୀ ଓଡ଼ିଶା ଭେଟେରାନ୍ସ ଆସୋସିଏସନ୍ସଭାପତି କାଳୁ ଚରଣ ପ୍ରଧାନ, ଉପସଭାପତି ନିକୁଞ୍ଜ ପ୍ରଧାନ , ଉପ ସମ୍ପାଦକ ଅଭୟ ଚରଣ ପାତ୍ର ,କୋଷାଧ୍ୟକ୍ଷ ଭାଗିରଥି ପ୍ରଧାନ ,, ଭଗବାନ ସ୍ୱାଇ ,ବିଦ୍ୟାଧର ପ୍ରଧାନଯୋଗ ଦେଇଥିଲେ ,ସମଗ୍ର କାର୍ଯ୍ୟକ୍ରମ ଦେଶପ୍ରେମ, ଶୌର୍ଯ୍ୟ ଓ ବୀର ଶହୀଦମାନଙ୍କ ତ୍ୟାଗ ପ୍ରତି ଗଭୀର ସମ୍ମାନର ଭାବନାରେ ଅନୁଷ୍ଠିତ ହୋଇଥିଲା।

