ପୁରୁଷୋତ୍ତମପୁର,୨୧/୪:(ଶୁଭଙ୍କରୀ ଦାଶ):ପୁରୁଷୋତ୍ତମପୁର ଥାନା ଜଗନ୍ନାଥ ପୁର ପଞ୍ଚାୟତ ଅନ୍ତର୍ଗତ ଶାସନପଲ୍ଲୀ ଗ୍ରାମରେ ଜଣେ ବରିଷ୍ଠ ନାଗରିକ ଦମ୍ପତିଙ୍କୁ ନିର୍ଯାତନା ସହ ଧକ୍କା ଦେବା ଏବଂ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଅଭିଯୋଗ ହୋଇଛି। ଏ ନେଇ ବରିଷ୍ଠ ନାଗରିକ ରବୀନ୍ଦ୍ର ମହାନ୍ତିଙ୍କ ସ୍ତ୍ରୀ ପ୍ରତିମା ମହାନ୍ତି ଥାନାରେ ଲିଖୂତ ଅଭିଯୋଗ କରିଛନ୍ତି।ମିଳିଥିବା ସୂଚନା ପ୍ରକାରେ ଗତ ୧୪ ତାରିଖ ଅପରାହ୍ନ ପ୍ରାୟ ୪ଟା ବେଳେ ରବିନ୍ଦ୍ର ନିଜ ଘର ବାରଣ୍ଡାରେ ବସିଥିବା ବେଳେ ତାଙ୍କ ପଡୋଶୀ କଳାଚାନ୍ଦ ମହାନ୍ତି ତାଙ୍କଘର ସାମ୍ନାକୁ ଆସି ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରେ ମାରିଦେବା ଧମକ ଦେଇ ଏକ ଶକ୍ତ ଧକ୍କା ମାରିଥିଲା । ଏଥିରେ ରବିନ୍ଦ୍ରଙ୍କ ସ୍ତ୍ରୀ ପ୍ରତିବାଦ କରିବାରୁ ତାଙ୍କର ମଧ୍ୟ ଚୁଟି ଧରି ରାସ୍ତାରେ ଘୋଷାରି ଆଣି ଅଭଦ୍ର ଆଚରଣ କରିଥିଲା । ଏଥିରେ ଭୟଭୀତ ହୋଇ ସେହି ଦମ୍ପତି ୧୧୨ ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ କରି ଅଭିଯୋଗ ଜଣାଇଥିଲେ । ଫେବୃଆରୀ ୨୩ ତାରିଖରେ ମଧ୍ଯ ଅଭିଯୁକ୍ତ ଜଣଙ୍କ ଏହିପରି ଅଶୋଭନୀୟ ଆଚରଣ କରିଥିବା ବେଳେ ପୁରୁଷୋତ୍ତମପୁର ଥାନାରେ ଏକ ମାମଲା ରୁଜୁ ପରେ କ୍ଷମା ମାଗିବା ସହ ଭବିଷ୍ୟତରେ ଏପରି କାର୍ଯ୍ୟ ନ ନକରିବା ପାଇଁ ପ୍ରତିଶ୍ରୁତି ଦେଇ ଆସିଥିଲେ ।24 ତାରିଖ ରେ ପୁନର୍ବାର ସେହି ଅପରାଧିକ କାର୍ଯ୍ୟ କରିଥିବା ବେଳେ ପୁରୁଷୋତ୍ତମପୁର ପୋଲିସ ପ୍ରତିମା ମହାନ୍ତିଙ୍କ ଲିଖୂତ ଏତଲା ଭିତ୍ତିରେ ଏକ ) ମାମଲା (ନଂ.999/୨୬) ରୁଜୁ କରି ତଦନ୍ତ ଅବ୍ୟାହତ ରଖୁଥିବା ଜଣାପଡିଛି। ସରକାର ବରିଷ୍ଠ ନାଗରିକମାନଙ୍କୁ ସମ୍ମାନର ସହ ବଞ୍ଚିବା ଲାଗି ସମସ୍ତ ସହାୟତା ସୁନିଶ୍ଚିତ କରୁଥିବା ବଳେ ରବିନ୍ଦ୍ରଙ୍କ ପାଇଁ ପୋଲିସ କେଉଁ ପଦକ୍ଷେପ ଗ୍ରହଣ କରୁଛି ତାହା ଦେଖୁବାକୁ ବାକି ରହିଛି |

