ବୋଲଗଡ,୯।୧୦(ସୁଶାନ୍ତ କୁମାର ପ୍ରଧାନ):ବୋଲଗଡ଼ ବ୍ଲକ ବାଙ୍କୋଇ ସ୍ଥିତ କେପିଏଏନ ଜୁନିୟର କଲେଜ ସଭାଗୃହ ରେ ପାଞ୍ଚଗଡ଼ ବରିଷ୍ଠ ନାଗରିକ ସଂଘର ସାଙ୍ଗଠନିକ ସମ୍ମିଳନୀ ଓ ଆଲୋଚନାଚକ୍ର ଶୁକ୍ର ବାର ଅନୁଷ୍ଠିତ ହୋଇଯାଇଛି।ସଂଘ ସଭାପତି ଶିକ୍ଷାବିତ୍ କାଳୀଚରଣ ଜୟସିଂହଙ୍କ ଅଧ୍ୟକ୍ଷତାରେ ରାଜ୍ୟ ବରିଷ୍ଠ ନାଗରିକ ମହାସଂଘର ମହାସଚିବ ରୋଟାରିଆନ ଡ.ଯୁଗଳକିଶୋର ସାହୁ ମୁଖ୍ୟଅତିଥି ଭାବେ ଯୋଗଦେଇ ବରିଷ୍ଠନାଗରିକ ମାନେ ସମାଜ ର ମାର୍ଗଦର୍ଶକ ବୋଲି କହିଥିଲେ। ଆପୋଲୋ ହସ୍ପିଟାଲର ବରିଷ୍ଠ ଡାକ୍ତର ତନ୍ମୟ ସାହୁ ମୁଖ୍ୟବକ୍ତା, ହେଲପଏଜ ଇଣ୍ଡିଆ ରାଜ୍ୟ ସଂଯୋଜିକା ଦେବଶ୍ରୀ ବ୍ରହ୍ମI ବରେଣ୍ୟ ବକ୍ତା,ସୁମନ୍ତ ଛୋଟରାୟ, ନାରାୟଣ ବେହେରା ଓ ରଘୁନାଥ ସାହୁ ସମ୍ମାନିତ ଅତିଥିଭାବେ ମଞ୍ଚାସୀନ ଥିଲେ।କଲେଜ ଛାତ୍ରୀଙ୍କ ଦ୍ଵାରା ସ୍ୱାଗତ ସଂଗୀତ ପରିବେଷଣ ପରେ ସମ୍ପାଦକ ବୈକୁଣ୍ଠ ମହାରଣା ଅତିଥି ପରିଚୟ ସହ ବିବରଣୀ ପ୍ରଦାନ କରିଥିଲେ।ପିଚୁକୁଳି ଜୋନ ସଂଯୋଜକ ଲକ୍ଷ୍ମଣ ସେଠୀଙ୍କ ବିୟୋଗରେ ୨ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା।ଏହି ଅବସରରେ ବରିଷ୍ଠ ନାଗରିକ ମାନଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା ନିରାକରଣ ଉପରେ ଡଃ.ସାହୁ,ସାଇବର ଠକେଇ ରୁ ବର୍ତ୍ତିବା ସମ୍ବନ୍ଧରେ ଦେବଶ୍ରୀ ବ୍ରହ୍ମା ନିଜ ବକ୍ତବ୍ୟରେ ସଚେତନତା ଓ ପରାମର୍ଶ ପ୍ରଦାନ କରିଥିବାବେଳେ ରୋଟରିଆନ ସାହୁ ବରିଷ୍ଠ ମାନଙ୍କର ବିଭିନ୍ନ ସମସ୍ୟା ନିରାକରଣ ପାଇଁ ସରକାରଙ୍କ ନିକଟରେ ଉପସ୍ଥାପିତ ଦାବି ସମ୍ପର୍କରେ ଆଲୋଚନା କରିଥିଲେ।ସଭା ମଧରେ ବରିଷ୍ଠ ଖବରଦାତା ନିରଞ୍ଜନ ନାୟକ ଓ ୯୦ବର୍ଷରୁ ଉର୍ଦ୍ଧ ବୟସ୍କ ବିମ୍ବାଧର ଦଳାଇଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରି ଅତିଥିମାନେ ସମ୍ବର୍ଦ୍ଧିତ କରି ଥିଲେ।ଗଙ୍ଗାଧର ଜେନା ଧନ୍ୟବାଦ ଅର୍ପଣ କରିଥିଲେ।

