ବୋଲଗଡ଼,୧୯/୦୪(ସୁଶାନ୍ତ କୁମାର ପ୍ରଧାନ): ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ବାଙ୍କୋଇ ଗ୍ରାମର ଝିଅ ବର୍ଷା ପଟନାୟକ ଡକ୍ଟରେଟ ଉପାଧି ହାସଲ କରିବା ପରେ ତାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ଓ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି। ଏହି ସଫଳତା ପାଇଁ ବର୍ଷାଙ୍କୁ ଶିକ୍ଷାବିତ୍, ବନ୍ଧୁବାନ୍ଧବ ଏବଂ ପରିବାର ଓ ଶୁଭଛିନ୍ତକଙ୍କ ସମେତ ବିଭିନ୍ନ କ୍ଷେତ୍ରରୁ ପ୍ରମୁଖ ବ୍ୟକ୍ତିବିଶେଷ, ସହକର୍ମୀ ଏବଂ ଶିକ୍ଷକମାନେ ତାଙ୍କ କଠିନ ପରିଶ୍ରମକୁ ପ୍ରଶଂସା କରି ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ଅଭିନନ୍ଦନ ଜଣାଇଛନ୍ତି l ରିଉମର ଡିଟେକ୍ସନ ଇନ ସୋସିଆଲ ମିଡ଼ିଆ ଏବଂ କମ୍ପୁଟର ସାଇନ୍ସ ର ଆର୍ଟିଫିସିଆଲ ଇଣ୍ଟେଲଜେନସି ବିଷୟରେ ବର୍ଷା ସନ୍ଦର୍ଭ ଲେଖି ବର୍ଷା ଏହି ସ୍ବତନ୍ତ୍ର ଉପଲବ୍ଧି ହାସଲ କରିଛନ୍ତି l ଡକ୍ଟରେଟ ଉପାଧି ହାସଲ କରିବା ପରେ ଗବେଷଣା କ୍ଷେତ୍ରରେ କାର୍ଯ୍ୟ କରିବାକୁ ନୂତନ ରାସ୍ତା ରୂପେ ଏହି ଉପଲବ୍ଧି ତାଙ୍କର ଶିକ୍ଷାଗତ ଜୀବନରେ ଏକ ନୂତନ ଅଧ୍ୟାୟ ଯୋଡିଛି ବୋଲି ସେ କହିଛନ୍ତି l ବର୍ଷା ବାଙ୍କୋଇ ଗ୍ରାମର ବିଶିଷ୍ଟ ଆଇନଜୀବୀ ସ୍ୱର୍ଗତ ଗୌରୀଶ୍ୟାମ ପଟନାୟକଙ୍କ ପୁତ୍ର ଜନ୍ମେଜୟ ପଟନାୟକ ଓ ପୁତ୍ର ବଧୂ ସୁବାସିନୀ ପଟନାୟକଙ୍କ କନ୍ୟା ତଥା ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟ ର ପ୍ରାକ୍ତନ ଅଧ୍ୟକ୍ଷ ସୁବୋଧ ଚନ୍ଦ୍ର ପଟନାୟକ ଓ କଳ୍ପଲତା ମହାପାତ୍ର ଙ୍କ ପୁତ୍ର ଇଂ ଗୌର ପଟନାୟକଙ୍କ ସହଧର୍ମିଣୀ ଭାବେ ସବୁ ସମୟରେ ଶିକ୍ଷା କ୍ଷେତ୍ରରେ ପାରିବାରିକ ସହଯୋଗ ଓ ଉତ୍ସାହ ପାଇଥିବା ରୁ ବର୍ଷା ସମସ୍ତଙ୍କ ପ୍ରତି କୃତଜ୍ଞତା ବ୍ୟକ୍ତ କରିଛନ୍ତି।

