ଫୁଲବାଣୀ: ୨୩/୦୪:(ସୁନିଲ ପଟ୍ଟନାୟକ):ଫୁଲବାଣୀ ସହରରେ ଦିନକୁ ଦିନ ବାଇକ ଦୁର୍ଘଟଣା ବଢ଼ିବାରେ ଲାଗିଛି l ଟାଉନ ଥାନା ପୋଲିସ ର ହୁଗୂଳl ଶାସନ ଯୋଗୁଁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥିବା ଅଭିଯୋଗ ହୋଇଛିl କିଛି ଯୁବକ ନାବାଳକ ଦାମୀ ବାଇକ ଧରି ନିଜ ନିଜ ମଧ୍ୟରେ କମ୍ପିଟିସନ୍ କରି ଦୃତ ଗତିରେ ବାଇକ ଚଳାଇ ଦୁର୍ଘଟଣା ଘଟାଉଛନ୍ତି ଯେ ଉଁଥିରେ ନିଜର ଜୀବନ ଯିବା ସହ ଅନ୍ୟ ର ଜୀବନ ଯାଉଛି l ସେହିପରି ଗୁରୁବlର ସନ୍ଧ୍ୟା ରେ ଏକ ପଲ୍ସର୍ ବାଇକ୍ ରେ ତିନି ଜଣ ବସି ଦୃତ ବେଗରେ ଆସି ଭାରସାମ୍ୟ ହରାଇ ଦୁର୍ଘଟଣା ର ଶିକାର ହୋଈ ଗୁରୁତର ଅବସ୍ଥାରେ ସଦର ମହକୁମା ଡାକ୍ତର ଖାନା ରେ ଭର୍ତ୍ତି ହୋଇଛନ୍ତି l ଦୁର୍ଘଟଣା ଗ୍ରସ୍ତ ବାଇକ୍ ରେ ପଛ ପଟେ ନମ୍ବର ପ୍ଲେଟ ନଥିବା ବେଳେ ଆଗ ପଟେ ରହିଛି l ବାଇକ୍ ନମ୍ୱର୍ ଓ ଡି ୧୩ଜେ ୪୭୮୭ । ଦୁର୍ଘଟଣା ରୋକିବା ପାଇଁ ପୋଲିସ ଓ ଆର୍ ଟି ଓ ଙ୍କ ପକ୍ଷରୁ ଆବଶ୍ୟକ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଧାରଣ ରେ ଦାବୀ ହେଉଛି l

