ବୁଗୁଡ଼ା,୧୧।୭।(କୁମୁଦ ଚନ୍ଦ୍ର ବେହେରା):ବାଘୁଆ ସହକାରୀ ନିର୍ବାହୀଯନ୍ତ୍ରୀଙ୍କ ପତ୍ରାଙ୍କ ନଂ ୨୦୩ ତାରିଖ ୪/୭/୨୬ ପ୍ରକାରେ ବାଘୁଆ ଜଳସେଚନପ୍ରକଳ୍ପର ଖରିଫ ଜଳସେଚନପରିଚାଳନା ନିମନ୍ତେ ଶୁକ୍ରବାର ଦିନବୁଗୁଡ଼ା ସ୍ଥିତ ଜଳସେଚନ ସହକାରୀନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଏକସାଧାରଣ ଅଧିବେଶନ ଅନୁଷ୍ଠିତହୋଇଥିଲା । ଏଥିରେ ବାଘୁଆ ସହକାରୀନିର୍ବାହୀ ଯନ୍ତ୍ରୀ ଇଂ ବିଶ୍ୱଜୀବନ ମହାପାତ୍ରଅଧ୍ୟକ୍ଷତା କରିଥିଲେ। ସର୍ବ ପ୍ରଥମେସଭାପତି ତଥା ସହକାରୀ ନିର୍ବାହୀ ଯନ୍ତ୍ରୀସଭାର ଉଦ୍ଦେଶ୍ୟ ଜ୍ଞାପନ କରିବା ସହଆସନ୍ତା ଖରିଫ ଋତୁ ପାଇଁ ପର୍ଯ୍ୟାୟକ୍ରମେ ଜଳର ସୁଷମ ବଣ୍ଟନ ନେଇବିସ୍ତୃତ ଆଲୋଚନା କରିଥିଲେ। ବର୍ତ୍ତମାନଜଳଭଣ୍ଡାରରେ ଶତକଡ଼ା ୬୬.୬୫ ଯାହାକି ୨୦୯୭.୨୫ ହେକ୍ଟର ମିଟର ଜଳ ଗଚ୍ଛିତ ଅଛି ଏବଂ ଜଳସେଚନ ସୁପରିଚାଳନା ପାଇଁ ସେ ସମସ୍ତ ଚାଷୀମାନଙ୍କର ସହଯୋଗ କାମନା କରିଥିଲେ। ଏହି ସଭାରେ ବୁଗୁଡ଼ା ସହ ଉଦ୍ୟାନ କୃଷି ଅଧିକାରୀ ଏମ୍ ଦେବାଶିଷ ଦୋରା, କୃଷି ବିଭାଗର ଅଶୋକ କୁମାର ସେଠୀ, ପୋଲସରା ବ୍ଲକର କୃଷି ଅଧିକାରୀ ରାଜଲକ୍ଷ୍ମୀ ପାଢ଼ୀ, ଆସିକା ଚିନି ଶିଳ୍ପ ଅଧିକାରୀ ପ୍ରମୁଖ ଯୋଗ ଦେଇ ଧାନ ତଳିର ଯତ୍ନ ଓ ରୋଗ ପୋକରପ୍ରତିକାର ପାଇଁ ପଦକ୍ଷେପ ନେବାସକାଶେ ପରାମର୍ଶ ଦେବା ସହ ବିଭିନ୍ନଚାଷୀ ହିତକର ଯୋଜନା ସମ୍ପର୍କରେବିସ୍ତୃତ ଆଲୋକପାତ କରିଥିଲେ।ଶେଷରେ ସଭାରେ ସର୍ବ ସମ୍ମତି ପ୍ରକାରେବାଘୁଆ ଜଳଭଣ୍ଡାରରେ ଗଛିତ ଥିବାବ୍ୟବହାର ଯୋଗ୍ୟ ୨୦୯୬.୨୫ହେକ୍ଟର ମିଟର ଜଳର ଅବସ୍ଥିତିକୁ ଲକ୍ଷ୍ୟରଖ୍ ଆଗାମୀ ଖରିଫ ଋତୁରେ ୨୮/ ୭/୧୨ ତାରିଖ ଠାରୁ ବାମ ଓ ଡାହାଣ କେନାଲ ଦ୍ଵାରା ଜଳସେଚନ ପାଇଁ ନିଷ୍ପତ୍ତି ଗ୍ରହଣ କରାଗଲା। ସଭା କାର୍ଯ୍ୟ ପରିଚାଳନା ସକାଶେ ଅନ୍ୟତମ ସହକାରୀ ଯନ୍ତ୍ରୀ ଇଂ ପୂର୍ଣ୍ଣଚନ୍ଦ୍ର ପୁରୋହିତ ସହଯୋଗ କରିବା ସହିତ ସ୍ଵାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ। ବୈଠକରେ ବିଭିନ୍ନ ପାଣି ପଞ୍ଚାୟତର ଚାଷୀମାନେ ଉପସ୍ଥିତ ଥାଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

