ପୁରୁଷୋତ୍ତମପୁର,୨୪।୯(ଶୁଭଙ୍କରୀ ଦାଶ):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ପ୍ରଭାବରେ ଗଞ୍ଜାମ ଜିଲାର ପୁରୁଷୋତ୍ତମପୁର ଅଞ୍ଚଳରେ ତିନିଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଏହି ଲଗାଣ ବର୍ଷାର ପ୍ରଭାବରେଉପର ମୁଣ୍ଡରୁ ଜଳ ଆସି ଋଷିକୁଲ୍ୟା ନଦୀରମିଶି ଜଳସ୍ତର ଧୀରେଧୀରେ ବୃଦ୍ଧି ପାଉଥିବାରୁ ନଦୀକୂଳିଆ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । କେନ୍ଦ୍ରିୟ ଜଳଆୟୋଗ ବିଭାଗର ରେକର୍ଡ ପ୍ରକାରେ ଗୁରୁବାର ସକାଳ ସୁଦ୍ଧା ୫0.୨ ମିଲିମିଟର ବର୍ଷା ହୋଇଥିବାବେଳେ ପବନର ବେଗ ମଧ୍ଯ ଘଣ୍ଟାପ୍ରତି ୨.୯୦୪ କିଲୋମିଟର ରହିଥିଲା। ଏଠାରେ ନଦୀଜଳସ୍ତରର ସତର୍କ ସଙ୍କେତ ୧୫.୮୩୫ ମିଟର ଏବଂ ବିପଦ ସଙ୍କେତ ୧୬.୮୩୫ ମିଟର ରହିହିବାବେଳେ ବର୍ତ୍ତମାନ ନଦୀରଜଳସ୍ତର 15.840 ମିଟରରେ ପ୍ରବାହିତ ହେବାରେ ଲାଗିଛି।ତେବେ ଏଭଳି ଲଗାଣ ବର୍ଷା ଜାରି ରହିଲେ ଜଳସ୍ତର ଆହୁରି ବଢ଼ିବାର ସମ୍ଭାବନା ଥିବାରୁ ପ୍ରଶାସନ ପରିସ୍ଥିତି ଉପରେ ନଜର ରଖିଛିବୋଲି ରଣ ଝାଲି ଠାରେ ଥିବା ଜଳ ଆୟୋଗ ସୁପର ଭାଇଜର କେ ସୁକାନ୍ତ କୁମାର ରେଡ଼ୀ କହିଥିଲା ବେଳେ, ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା, ଏନଏସି ନିର୍ବାହୀ ଅଧିକାରୀ ସଂଗୀତା ସେଠୀ ଓ ଅତିରିକ୍ତ ତହସିଲଦାର ଦେବାଶିଷ ମହାପାତ୍ର ଓ ତହସିଲ ଷ୍ଟାଫ ଏବଂ ଆରାଇ ପିଅନ ମାନେ ମିଶି ନଇକୁଳିଆ ବିଭିନ୍ନ ଗ୍ରାମ ଗ୍ରାମମାନଙ୍କରେ ପହଁଚି ଲୋକଙ୍କୁ ସଚେତନ କରାଇଛନ୍ତି । ବର୍ତ୍ତମାନ ସ୍ଥିତିରେ ଭୟଭୀତ ନହୋଇ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶନାମା କୁ ମାନିଚଳିବାଲାଗି ଲୋକଙ୍କୁ ପରାମର୍ଶ ଦେଇ ଛନ୍ତି| ଏହାକୁ ନେଇ ତହସିଲଦାର ବିନୋଦକୁମାର ବେହେରା କହିଛନ୍ତିଯେ ପ୍ରଶାସନ ପକ୍ଷରୁ ସମସ୍ତ କର୍ମଚାରୀ ସଜାଗ ରହି ଆବଶ୍ଯକୀୟ ପଲିଥିନମାନ ମହଜୁଦ ରହିଛି । ପ୍ରାଥମିକତା ଭାବରେ ଲୋକଙ୍କୁ ସଚେତନ କରି ସୁରକ୍ଷା ଉପରେ ଗୁରୁତ୍ବ ଦିଆଯାଉଛି, ଏବଂ ପ୍ରତେକ କାର୍ଯ୍ୟ ଉପରେ ତାଙ୍କର ତୀକ୍ଷ୍ଣ ନଜର ରହିଛି ବୋଲି ତହସିଲଦାର ଓ ଆସିଥିବା ବିଭିନ୍ନ ଅଧିକାରୀ ମାନେ ଜନସାଧାରଣ ଙ୍କୁ ଆଶ୍ବସନା ଦେଇଛନ୍ତି |ଏହାଉପରେ କିଛି ଚାଷୀ ମଧ୍ୟ କହିଛନ୍ତି ଆଉ ଅଧିକ ବର୍ଷା ହେଲେ ଧାନ ଚାଷ ଓ ଅନ୍ୟାନ୍ୟ ପରିବା ଚାଷ କ୍ଷତି ଗ୍ରସ୍ତ ହେବେ ବୋଲି କହି ଛନ୍ତି |

