ଫୁଲବାଣୀ:୨୨/୪:(ସୁନୀଲ ପଟ୍ଟନାୟକ):ଦ୍ଵିତୀୟ ଲୋକ ମହୋତ୍ସବ ଓ ବାଣିଜ୍ୟ ମେଳା ର ଉଦଯାପନୀ ସନ୍ଧ୍ୟାରେ ସ୍ଥାନୀୟ କରନେସନ ଗ୍ରାଉଣ୍ଡ ରେ ପ୍ରବଳ ଜନସମାଗମ ପରିଲକ୍ଷିତ ହୋଇଥିଲା | ଲୋକମାନେ ବିଭିନ୍ନ ବାଣିଜିକ ଷ୍ଟଲରେ ଭିଡ଼ ଜମେଇ ଥିଲା ବେଳେ କନ୍ଧମାଳର ଏକମାତ୍ର ପୁସ୍ତକ ପ୍ରକାଶିନୀ କମଳା ପ୍ରକାଶିନୀ ଷ୍ଟଲ ରେ ଵି ପ୍ରତ୍ୟେକ ଦିନ ପାଠକ ମାନଙ୍କ ଭିଡ଼ ଜମିଥିଲା | ଖୋଦ ପୁସ୍ତକପ୍ରେମୀ ସୁସାହିତ୍ୟିକକବି ତଥା କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ଷ୍ଟଲ ପରିସରରେ ବୁଲି ବୁଲି ନିଜ ମନପସନ୍ଦର ବହୁ ପୁସ୍ତକ କ୍ରୟ କରିଥିଲେ | କେବଳ ପୁସ୍ତକ ବିକ୍ରୟ ନୁହେଁ ବିଭିନ୍ନ ସାହିତ୍ୟ କାର୍ଯ୍ୟକ୍ରମ, ସାମାଜିକ ସେବା କାମ ରକ୍ତଦାନ ଆଦି ବିଭିନ୍ନ କାମ କରୁଛି ଜାଣି ଅନୁଷ୍ଠାନର ପ୍ରତିଷ୍ଠାତା ଡ ନୃସିଂହାନନ୍ଦ ମହାପାତ୍ର ଙ୍କ ଏହି ସାଧୁ ଉଦ୍ୟମକୁ ପ୍ରଂଶସା କରିଥିଲେ | ଡ ମହାପାତ୍ର ତାଙ୍କ ଦ୍ୱାରା ଲିଖିତ ବିଭିନ୍ନ ଆଧ୍ୟାତ୍ମିକ ପୁସ୍ତକ ମାନନୀୟ ଜିଲ୍ଲାପାଳ ଙ୍କୁ ଉପହାର ଦେଇଥିଲେ | ଲୋକଙ୍କ ଜିଲ୍ଲାପାଳ ଭାବରେ ଜଣାଶୁଣl ବେଦଭୂଷଣ ଙ୍କ ପୁସ୍ତକକ୍ରୟ ନିଶା ପାଠକମାନଙ୍କୁ ପୁସ୍ତକକ୍ରୟ ଓ ପଠନ ଦିଗ ରେ ଉତ୍ସାହିତ କରିଛି l ଜିଲାପାଳ ଙ୍କ ସହ ବାଣିଜ୍ୟ ମେଳା କମିଟି ଅଧ୍ୟକ୍ଷ ସୁନୀଲ ପଟ୍ଟନାୟକ ଓ କାର୍ଯ୍ୟ କାରୀ ଅଧ୍ୟକ୍ଷ ରାଧାମୋହନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l

