ଜଟଣୀ,୧।୮(କେଦାର ନାଥ ସାହୁ):ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବିଦ୍ୟାଳୟର ବାର୍ଷିକ ଜ୍ଞାନ-ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଜ୍ଞାନ-ବିଜ୍ଞାନ ମେଳାରେ ବିଚାରକ ଭାବରେ ସର୍ବଶ୍ରୀ ବିଜୟାନନ୍ଦ ପଟ୍ଟନାୟକ, ବଡତୋଟା ବେଲପଡ଼ା ଉଚ୍ଚ ବିଦ୍ୟାଳୟ, ଶୁଭମ୍ ଦଳେଇ, ଏନ଼ ଡି ଆର୍ ସି ହାଇସ୍କୁଲ, ପ୍ରମୋଦିନୀ ସାମଲ, ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ର ଦୁର୍ଗତିନାଶିନୀ ଦାସ, ପ୍ରାଣନାଥ ଉଚ୍ଚ ବିଦ୍ୟାଳୟ, ଅନୁରାଧା ବେହେରା ଓ ଅଶ୍ଵିନୀ କୁମାର ଦାସ, ୟୁପି ସ୍କୁଲ୍, କୁଦିଆରୀ, ଏବଂ ବିଜୟ।ନନ୍ଦ ମହାନ୍ତି, ସରକାରୀ ଉଚ୍ଚ ବିଦ୍ୟାଳୟ କୁଦିଆରୀ ପ୍ରମୁଖ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ। ଉଦ୍ଘାଟନ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ନବୀନ କୁମାର ସେନାପତି ଶ୍ରୀଯୁକ୍ତ ପ୍ରତାପ କୁମାର ସାହୁ, ଅଧ୍ୟାପକ ନ୍ୟାସନାଲ ଇନଷ୍ଟିଚୁଟ ଅଫ୍ ସାଇନ୍ସ ଆଣ୍ଡ ରିସର୍ଚ ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିବା ବେଳେ ଉଦଯାପନ ଉତ୍ସବରେ ପରିଚାଳନା ସମିତିର ଉପସଭାପତି ସୌଭାଗ୍ୟ କୁମାର ଜଗଦେବ ଓ ସଭ୍ୟା ଗୀତଞ୍ଜଳି ଗୌଡ଼ ଯୋଗଦାନ କରି ଶିଶୁମାନଙ୍କୁ ମାର୍ଗ ଦର୍ଶନ ଦେଇଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ନବୀନ କୁମାର ସେନାପତି ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିବା ବେଳେ ବିଜ୍ଞାନ ପ୍ରମୁଖ କାର୍ତ୍ତିକ ବାରିକ ବିବରଣୀ ପାଠ କରିଥିଲେ। ସର୍ବ ଶେଷରେ ସଂପାଦକ ରାମ ଚନ୍ଦ୍ର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

