ଫୁଲବାଣୀ,୧୯।୦୭(ସୁନୀଲ ପଟ୍ଟନାୟକ):ବାଲିଗୁଡା ନିର୍ବାଚନ ମଣ୍ଡଳୀ ରେ ଏବେ ଦେଖିବାକୁ ମିଳିଛି ନୂଆଁ ସମୀକରଣ , ଅହି ନକୁଳ ସମ୍ପର୍କ ଥିବା ଦୁଇ ଦଳ ମଧ୍ୟରେ ଦୁଇ ବର୍ଷ ପରେ ଅଘୋଷିତ ମେଣ୍ଟ, ରାଜ୍ୟସଭା ନିର୍ବାଚନ ରେ କ୍ରସ୍ ଭୋଟିଂ ପରେ ବାଲିଗୁଡା ବିଜେଡି ବିଧାୟକ ଚକ୍ରମଣୀ କହଁରଙ୍କୁ ଦଳ ନିଲମ୍ବନ କରିଥିଲା ଆଉ ନିଲମ୍ବିତ ବିଧାୟକ ଙ୍କୁ ସlଙ୍ଗରେ ନେଇ ତାଙ୍କ ସପକ୍ଷରେ ରlଲୀ କରିବା ପରେ ବିଜେଡି ଦଳପୁଣି ଦୁଇ ବରିଷ୍ଠ ନେତା ଟୁନା ଦାସ ଓ ପ୍ରମୋଦ କୁମାର ସାହୂ ଙ୍କୁ ପୁଣି ନିଲମ୍ବନ୍ କରିଥିଲା ଫଳରେ ଏ ସବୁ ନେତା ଏବେ କୁଆଡ଼େ ବିଜେପି ରେ ବିଜେପି ରେ ମିଶିବେ ବୋଲି ଚର୍ଚ୍ଚା ହେଉଛି l, ଶୁକ୍ରବାର ସାଂସଦ ସୁକାନ୍ତ କୁମାର ପାଣିଗ୍ରାହୀ ଙ୍କ ଗସ୍ତ ସମୟରେ ପୁର୍ବରୁ ବିଜେଡି ରୁ ତଡ଼l ଖାଇ ବେସାହାରା ହୋଇପଡ଼ିଥିବା ଏହି ନେତା ମାନେ ବିଜେପି ରେ ମିଶିବା ନେଇ ସ୍ପଷ୍ଟ ବାରି ହୋଇ ପଡ଼ୁଛି l ଦିନେ ବାଲିଗୁଡା ବିଜେପି ଦଳକୁ ଦଙ୍ଗାକାରୀ ଦଳ ବୋଲି ସମାଲୋଚନା କରୁଥିଲେ ବିଜେଡ଼ି ର ଏ ସବୁ ଛାମୁଆ ନେତା l ଏବେ କିନ୍ତୁ ପରିସ୍ଥିତି ଦୃଷ୍ଟିରୁ ସବୁ ରାଗ ରୋଷକୁ ଭୁଲି ଯାଇ ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ବିଜେଡି ଓ ବିଜେପି ର ଛାମୁଆ ନେତା କୋଳାକୋଳି ହେଲେ ଅଥଚ ରାଜନୀତି ରେ କିଏ କାହାର ଶତ୍ରୁ କି କିଏ କାହାର ମିତ୍ର ବି ନୁହେଁ ବୋଲି ଏଥିରୁ ପ୍ରମାଣିତ ହୋଇଛି l ବାଲିଗୁଡା ନିର୍ବାଚନ ମଣ୍ଡଳୀ ର ମହସିଙ୍ଗ ଠାରୁ ସାଂସଦ ସୁକାନ୍ତ ପାଣିଗ୍ରାହି ଓ ବିଜେଡ଼ି ର ନିଲମ୍ୱିତ ବିଧାୟକ ଚକ୍ରମଣି କହଁର ଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇ ବିଜେପି ପକ୍ଷରୁ ବିରାଟ ବାଇକ ରାଲି ରେ ନେଇଥିଲେ ବିଜେପି କର୍ମୀ l ବିଜେପି ର ଆଗଧାଡ଼ି ର ନେତା ତଥା ପୁର୍ବତନ ଜିଲ୍ଳା ସଭାପତି ଜଗନ୍ନାଥ ସାହୁ, ରଞ୍ଜିତ୍ ସାହୁ ସାଂସଦ ଙ୍କ ପାର୍ଲ୍ୟାମେଣ୍ଟ ପ୍ରତିନିଧି ଦୁର୍ଗା ଆଚାର୍ଯ୍ୟ, ନେତ୍ର ମାନସେଠ୍ ଙ୍କ ସମେତ ବହୁନେତାଙ୍କ ସହ ବାଲିଗୁଡା ପୁର୍ବତନ ସାଂସଦ ପ୍ରତିନିଧୀ ଟୁନାଦାସ, ଲୋକନାଥ ପାଢ଼ୀ, ପ୍ରମୋଦ ସାହୁ, ଅବନୀ କୁମାର ନାୟକ ଙ୍କ ସମେତ ଶତାଧିକ ସମର୍ଥକ l ଏହି ରୋଚକ ଦୃଶ୍ୟ ଦେଖିବା ପରେ ବିଜେପି କର୍ମୀ ଏବେ ଖପ୍ପା, l ଦୀର୍ଘ ବର୍ଷ ଧରି ଭାରତୀୟ ଜନତା ପାର୍ଟି ରେ ତନ, ମନ, ଧନ ଦେଇ ନିଜର ସ୍ୱାର୍ଥ କୁ ଭୁଲି ସଂଗଠନ କୁ ବଞ୍ଚାଇ ରଖିଥିବା ବରିଷ୍ଠ କର୍ମୀ ଙ୍କ ମନରେ ଆସନ୍ତୋଷର ଦାନା ବାନ୍ଧୁଛି, ପ୍ରତ୍ୟକ୍ଷ ଭାବରେ ବାଲିଗୁଡା ବିଧାୟକ ଓ ସମର୍ଥକ ବିଜେପି ଦଳ ରେ ସାମିଲ ହୋଇ ନ ଥିଲେ ବି ଅଘୋଷିତ ମେଣ୍ଟ ବୋଲି ବାଲିଗୁଡା ରେ ଚର୍ଚ୍ଚା ଜୋର୍ ଧରିଛି l ତେବେ ଉକ୍ତ କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ସଭାପତି ପଣ୍ଡିତ ବିଶିମାଝୀ ,ଙ୍କୁ ଦେଖିବାକୁ ମିଳି ନ ଥିଲା ବୋଲି ଶୁଣିବାକୁ ମିଳୁଛି l ବିଜେପି ଯଦି ବିଜେଡି ର ଏହି ନେତାମାନଙ୍କୁ ଦଳରେ ସାମିଲ କରିବ ତେବେ ଅନେକ ବିଜେପି ନେତା ଓ କର୍ମୀ ଦଳ ଛାଡ଼ିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି l ଆଗମୀ ପଂଚାୟତ ଓ ପୌର ନିର୍ବାଚନ କୁ ଆଉ ମାତ୍ର ୬ମାସ ଥିବାରୁ ବିଜେପି ନେତୃବୃନ୍ଦ ଦେଖି ଚାହିଁ, ଭାବି ଚିନ୍ତି ପଦକ୍ଷେପ ଗ୍ରହଣ କରିବେ ବୋଲି କୁହାଯାଇଛି l

