ବୁଗୁଡ଼ା,୨୮।୭(ଡ.ବି.ପ୍ରକାଶ ଚନ୍ଦ୍ର ପାତ୍ର):ବୁଗୁଡ଼ା ବ୍ଳକ୍ ଅନ୍ତର୍ଗତ ବାଲିପଦର ସ୍ନାତକ ମହାବିଦ୍ୟାଳୟରେ ନୂତନ ଉଦ୍ୟୋଗୀ କଳା କୌଶଳର କର୍ମଶାଳା ଓ ବାର୍ଷିକ ମୁଖପତ୍ର କୃଷ୍ଣସାର-୨ ର ଉନ୍ମୋଚନ କାର୍ଯ୍ୟକ୍ରମ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ଗୋପୀନାଥ ମହାନ୍ତି ପୌରାହିତ୍ୟ କରିଥିବାବେଳେ ମୁଖ୍ୟ ଅତିଥି ଭାବେ ବୁଗୁଡ଼ା ତହସିଲଦାର ଶ୍ରୀଯୁକ୍ତ ତାପସ ରଞ୍ଜନ ରାଉତ, ମୁଖ୍ୟବକ୍ତା ଭାବେ ଯୁକ୍ତଦୁଇ ମହାବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ସରୋଜ କାନ୍ତ ଦାସ,ସମ୍ମାନିତ ଅତିଥି ଭାବେ ସମାଜସେବୀ ଶ୍ରୀଯୁକ୍ତ ମହେନ୍ଦ୍ର ପ୍ରସାଦ ପଣ୍ଡା, ବାଲୁଙ୍କେଶ୍ୱର ମହାବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ପଞ୍ଚାନନ ନାହାକ ଯୋଗଦେଇ ଥୀଲେ। ଏତଦବ୍ୟତୀତ ଉକ୍ତ କାର୍ଯ୍ୟକ୍ରମରେ ଯୁକ୍ତଦୁଇର ପୂର୍ବତନ ଅଧକ୍ଷ ଡ଼କ୍ଟର ବି. ପ୍ରକାଶ ଚନ୍ଦ୍ର ପାତ୍ର ଓ ଯୁକ୍ତତିନି ପୂର୍ବତନ ଅଧକ୍ଷ ଡ଼କ୍ଟର ବିବେକାନନ୍ଦ ପଟ୍ଟନାୟକ, ଅଧ୍ୟାପକ ଶ୍ରୀ ଆମୟ କୁମାର ସ୍ୱାଇଁ,ଡ଼କ୍ଟର ଏ .ଜିତେଶ ରାଓ ଦୋରା, ଶ୍ରୀମତୀ ମିନତୀ ଆଚାରୀ, ଭକ୍ତଳତା ମହାପାତ୍ର, ସଲୀଳା ନାୟକ, ପ୍ରମିଳା ବେହେରା, ଏ. ଶିବାନୀ ଦେବି ଆଚାରୀ, ଉମା ଶଙ୍କର ଗୌଡ଼, କୃଷ୍ଣଚନ୍ଦ୍ର ନାହାକ, ସିମାଞ୍ଚଳ ଗୌଡ଼, ଏନ ମୁଦୁରାଜୂ ଦୋରା, ନବଘନ ପ୍ରଧାନ, ଶୁଭଲଷ୍ମୀ ଖାଡ଼ଙ୍ଗା, ନାରାୟଣ ବଡୁ, ପ୍ରଦେଶ କୁମାର ସ୍ୱାଇଁ, ଆଶିଷ କୁମାର ନାଇକ, ସନାତନ ନାୟକ ପ୍ରମୁଖ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମର ସଂଚାଳକ ରୂପେ ଅର୍ଥନୀତି ବିଭାଗର ଦୁଇ ପ୍ରମୁଖ ଅଧ୍ୟାପକଙ୍କ ମଧ୍ୟରେ ଡ଼କ୍ଟର ଏ. ଜିତେଶ ରାଓ ଦୋରାଙ୍କ ଉଦ୍ୟମରେ ପତ୍ରିକାର ସମ୍ପାଦନା ହୋଇଥିବା ବେଳେ ଶ୍ରୀଯୁକ୍ତ ପ୍ରେମାନନ୍ଦ ପ୍ରଧାନଙ୍କ ତତ୍ୱାବଧାନରେ ଇନୋଭେଟିଭ୍ ଷ୍ଟାର୍ଟାଟ୍ ଅଫ କାର୍ଯ୍ୟକ୍ରମ ରେ ତିନି ଜଣ ଛାତ୍ରଛାତ୍ରୀ ନିଜର ପ୍ରୋଜେକ୍ଟ ପେପେର ଦାଖଲ କରିଥିଲେ। ସେମାନଙ୍କୁ ଫଳକ ସହ ମାନପତ୍ର ମୁଖ୍ୟ ଅତିଥି ଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା ଏହି କାର୍ଯ୍ୟକ୍ରମରେ ଉଦ୍ୟୋଗୀ ଭାବେ ଶ୍ରୀଯୁକ୍ତ ବୁଦ୍ଧିରାମ ଚୌଧୁରୀ ନିକଟସ୍ଥ ଭାଟପଡା ଗ୍ରାମରୁ ଆସି ଯୋଗଦେଇ ବୟନଶୀଳ୍ପର କର୍ମ କୌଶଳକୁ ପ୍ରଦାନ କରିଥିଲେ। ପରିଶେଷରେ କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀଯୁକ୍ତ ପ୍ରେମାନନ୍ଦ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

