ଫୁଲବାଣୀ:୧୬//୦୪:(ସୁନୀଲ ପଟ୍ଟନାୟକ):ବୁଧବାର ଫୁଲବାଣୀ ସର୍କଲ ଜେଲରେ ଜଣେ ବିଚାରଧୀନ କଏଦୀ ର ମୃତ୍ୟୁ ଘଟିଛି l ଫଳରେ ଏହି ଅସ୍ବାଭାବିକ ମୃତ୍ୟୁ କୁ ନେଇ ପରିବାର ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା l ମୃତକ ଜଣକ ସ୍ଥାନୀୟ ଗାନ୍ଧୀ ଛକ ନିକଟ ହେରେନ୍ ନାୟକ ୨୩ବର୍ଷ ବୋଲି କୁହାଯାଉଛି l ହେରେନ ଦିନକ ପୂର୍ବରୁ ଜଣେ ପୋଲିସ କର୍ମଚାରୀ ଙ୍କ ଟଙ୍କା ବ୍ୟlଗ ଝlମ୍ପି ନେଇ ପଳାଇ ଥିବା ଅଭିଯୋଗ ପରେ ଟାଉନ୍ ଥାନା ପୋଲିସ ଘର ଉପରେଚଢାଉ କରି ଗିରଫ କରିବା ପରେ ବୁଧବାର ଜେଲ ଯାଇଥିଲା l ଜେଲରେ ଚବିସ ଘଣ୍ଟା ମଧ୍ୟରେ ତାର ମୃତ୍ୟୁ ହୋଇଥିବା ରୁ ପରିବାର ଲୋକେ ପୋଲିସ୍ କାଳେ ଜୋର୍ ରେ ମାଡ ମାରିବା ଫଳରେ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି l ତେବେ, ଜେଲ ରେ ତଳେ ପଡ଼ିଯିବା ପରେ ତାର ମୃତ୍ୟୁ ହୋଇଥିବା କୁହାଯାଉଛି l ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହେରେନ୍ ର ମୃତ୍ୟୁ କିଭଳି ଓ କେଉଁ ପରିସ୍ଥିତି ରେ ହେଲା ଜଣା ପଡିବ ବୋଲି ଏସ ଡି ପି ଓ ସୁଭ୍ରଜିତ ବିଶ୍ବାଳ କହିଛନ୍ତି l

