ଫୁଲବାଣୀ:୧୭/୦୪:(ସୁନୀଲ ପଟ୍ଟନାୟକ):ଶୁକ୍ରବାର କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କ ନେତୃତ୍ୱ ରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅଣତିରିଶି ତମ ଶ୍ରାଦ୍ଧ ଦିବସ ଫୁଲବାଣୀ ବିଜୁ କଲ୍ୟାଣ ମଣ୍ଡପ ଠାରେ ପାଳିତ ହେଉଛି, ସକାଳ ଦଶଟା ବେଳେ ସ୍ଥାନୀୟ ବଜାର ରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରା ଯାଇ ଏକ ସଭା ର ଆୟୋଜନ କରା ଯାଇଥିଲା, ଜିଲ୍ଲା ପ୍ରତ୍ୟେକ ବ୍ଲକ ରୁ ବରିଷ୍ଟ କାର୍ଯ୍ୟକର୍ତ୍ତା , ସରପଞ୍ଚ ସମିତି ସଭ୍ୟ, ଜିଲ୍ଲାପରିଷଦ ସଦସ୍ୟ ସଦସ୍ୟା, ବ୍ଲକ ସଭାପତି, ବ୍ଲକ ଅଧକ୍ଷ ଅଧ୍ୟକ୍ଷା, ପୂର୍ବତନ ବିଧାୟକ ପୂର୍ବତନ ମନ୍ତ୍ରୀ ପୂର୍ବତନ ବ୍ଲକ୍ ଅଧକ୍ଷ ଅଧ୍ୟକ୍ଷା ଙ୍କ ସମେତ ଜିଲ୍ଲା ନେତୃବୃନ୍ଦ ସମେତ ପାଞ୍ଚଶହ ରୁ ଉର୍ଦ୍ଧ କର୍ମି ଉପସ୍ଥିତ ଥିଲେ,ସଭମଞ୍ଚରେ ପୂର୍ବତନ ମନ୍ତ୍ରୀ ଶ୍ରୀମତି ବିଷ୍ଣୁ ପ୍ରିୟା ବେହେରା, ପୂର୍ବତନ ଉପବାଚ୍ପତି ସଲୁଗା ପ୍ରଧାନ, ପୂର୍ବତନ ବିଧାୟକ ଦୁଗୁନି କହଁର, ପୂର୍ବତନ ବିଧାୟକ ଅଙ୍ଗଦ କହଁର , ପୂର୍ବତନ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ସରୋଜ କର୍ଣ୍ଣ, ପୂର୍ବତନ ଜିଲ୍ଲାପରିଷଦ ଅଧକ୍ଷା ଆକାଂକ୍ଷା ପ୍ରଧାନ, ମହିଳା ସଭାନେତ୍ରୀ ପୁନମ୍ କହଁର, ଯୁବ ବିଜେଡି ସଭାପତି ରାକେଶ ମିଶ୍ର, ଛାତ୍ର ଜନତା ସଭାପତି ସୁନିଲ୍ ସେଠୀ , ବରିଷ୍ଟ ଉପସଭାପତି ପ୍ରଦୀପ ମହାନ୍ତି, ଚକାପାଦ ବ୍ଲକ୍ ଅଧ୍ୟକ୍ଷା ବୈନେତ୍ରି କହଁର, ଫୁଲବାଣୀ ବ୍ଲକ ଅଧ୍ୟକ୍ଷା, ମଞ୍ଜୁ ଦେଇ କହଁର ଅତିଥି ଭାବରେ ଉପସ୍ଥିତ ଥିଲେ, ସମସ୍ତ ଅତିଥି ବିଜୁ ପଟ୍ଟନାୟକ ସ୍ମୃତି ଚାରଣ ସହିତ ତାଙ୍କ ଓଡ଼ିଶା ଓ ଭାରତ ତଥା ଭାରତ ବାହାର ରେ ତାଙ୍କ ଅବଦାନ ବିଷୟରେ ଆଲୋଚନା କରିଥିଲେ ଓ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ପଦ୍ମନାଭ ବେହେରା ବିଜୁ ପଟ୍ଟନାୟକ ତାଙ୍କୁ ଓଡିଶା ମନ୍ତ୍ରୀ ମଣ୍ଡଳ ରେ ସ୍ଥାନ ଦେଇ ଥିଲେ ଓ ଆଜି ପର୍ଯ୍ୟନ୍ତ ତାଙ୍କ ଓଡ଼ିଶା ରେ ବିଜୁ ପରିବାର ର ସଦସ୍ୟ ଭାବରେ କାମ କରିଆସିଛନ୍ତି ବୋଲି କହିଥିଲେ, ସମସ୍ତ କର୍ମୀ, ନେତା ବିଜୁ ପଟ୍ଟନାୟକଙ୍କୁ ଆଦର୍ଶ ମାନି ସଂଗଠନ କରିବାକୁ ଲୋକ ଙ୍କ ପାଖକୁ ଯିବାକୁ ଆହ୍ଵାନ ଦେଇ ଥିଲେ,ସଭା କୁ ବିଜୁ ଜନତା ଦଳର କନ୍ଧମାଳ ଜିଲ୍ଲା ସଧାରଣ ସଂପାଦକ ସତ୍ୟନାରାୟଣ ବେହେରା ପରିଚାଳନା କରି ଥିବା ବେଳେ ,ସଧାରଣ ସମ୍ପାଦକ ତ୍ରିନାଥ କହଁର ଧନ୍ୟବାଦ୍ ଦେଇ ଥିଲେ.

