ଫୁଲବାଣୀ,୦୬/୦୫,(ସୁନୀଲ ପଟ୍ଟନାୟକ):ବରିଷ୍ଠ ଆଇନଜୀବି,ବିଜେଡି ନେତା ତଥା ସମାଜ ସେବୀ କୈଳାସ ମୁଖୀ ଙ୍କୁ ବିଜେଡି ସୁପ୍ରିମୋ ପୁର୍ବତନ ମୁଖ୍ୟ ମନ୍ତ୍ରୀ ତଥା ରାଜ୍ୟ ବିଜେଡି ସଭାପତି ନବୀନ ପଟ୍ଟନାୟକ ରାଜ୍ୟ ସମ୍ପାଦକ ଭାବେ ନିଯୁକ୍ତି ଦେଇଛନ୍ତି l କୈଳାସ ମୁଖୀ ଙ୍କ ଦୃଢ଼ ନେତୃତ୍ୱଓ ସାଂଗଠନିକ ଦକ୍ଷତା କୁ ଦୃଷ୍ଟିରେ ରଖି ଦଳ ତାଙ୍କୁ ଏହି ଗୁରୁ ଦାୟିତ୍ବ ଦେଇଥିବା କୁହାଯାଇଛି l ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ କୈଳାସ ଙ୍କ ଉପରେ ବିଶ୍ୱାସ ଓ ଭରସା ଓ ଅlସ୍ଥା ପ୍ରକଟ କରି ଏହି ଦାୟିତ୍ବ ଦେଇଥିବା ରୁ ସେ ନିଷ୍ଠା,ଆନ୍ତରିକତା ଓ ଉତ୍ସର୍ଗୀକୃତ ମନୋଭାବ ନେଇ କର୍ମୀ ଙ୍କୁ ସାଥିରେ ନେଇ ତୃଣ ମୂଳ ସ୍ତରରୁ ଦଳକୁ ମଜଭୁତ କରିବା ପାଇଁ ଉଦ୍ୟମ କରିବା ସହ ଆଗାମୀ ପଂଚାୟତ ଓ ପୌର ନିର୍ବାଚନ ରେ ଦଳ ଯେପରି ଭଲ ଫଳ ପ୍ରଦର୍ଶନ କରିବ ସେଥିପ୍ରତି ଦୃଷ୍ଟି ଦେବେ ବୋଲି କହିଛନ୍ତି l ନବ ନିଯୁକ୍ତ ରାଜ୍ୟ ସମ୍ପାଦକ ଙ୍କ ବଳିଷ୍ଠ ନେତୃତ୍ୱ ରେ ଦଳ ଆଗକୁ ବଢିବ ବୋଲି କର୍ମୀ ମାନେ ଆଶା ପ୍ରକଟ କରିବା ସହ ସହଯୋଗ କରିବେ ବୋଲି କହିଛନ୍ତି l ଏହି ନିଯୁକ୍ତି ପାଇବା ପରେ କୈଳାଶ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସମେତ ରାଜ୍ୟ ବିଜେଡି ନେତ୍ରୁ ବୃନ୍ଦ ଓ ଜିଲ୍ଲା ସଭାପତି ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରା ଓ ଅନ୍ୟ ମାନଙ୍କୁ କୃତଜ୍ଞତା ଜଣାଇଛନ୍ତି l ଏହି ନୂତନ ନିଯୁକ୍ତି ପାଇବା ପରେ କୈଳାଶ ମୁଖୀ ଙ୍କ ନିକଟକୁ ବିଭିନ୍ନ ମହଲ ରୁ ଶୁଭେଛା ର ସୁଅ ଛୁଟିଛି l

