ଫୁଲବାଣୀ,୦୧।୧୧(ସୁନୀଲ ପଟ୍ଟନାୟକ):ବାତ୍ୟା ଅର୍ଣ୍ଣ ବ ର ପ୍ରଭାବ ଯୋଗୁଁ କନ୍ଧମାଳ ଜିଲା ର ପ୍ରଭୂତ କ୍ଷତି ଘଟିଛି l ବର୍ତ୍ତମାନ ସୁଦ୍ଧା ଭୁଷ୍ଫଳନ ଯୋଗୁଁ ରାଇକିଆ ବ୍ଲକ୍ ମାଣିକେଶ୍ଵର ପଂଚାୟତ ର ଡ଼ାଙ୍ଗୀଶି ଗ୍ରାମ ର ଗୋଟିଏ ପରିବାର ର ତିନି ଜଣ ଙ୍କ ମୃତ୍ୟୁ ହୋଇଥିବା ନେଇ ପ୍ରଶାସନ ସ୍ପଷ୍ଟ କରିଥିବା ବେଳେ ପୁର୍ବତନ ମନ୍ତ୍ରୀ ତଥା ବି ଜେ ଡି ଜିଲ୍ଲା ସଭାପତି ପଦ୍ମ ନାଭ ବେହେରା ଓ ଟିମ୍ ବିଭିନ୍ନ କ୍ଷତି ଗସ୍ତ ଅଞ୍ଚଳ ପରିଦର୍ଶନ କରି ଲୋକଂକ ସହ ଆଲୋଚନା କରି ଥିଲେ l ଆଉ ଆଲୋଚନା କରିବା ପରେ ଜାଣିବାକୁ ପାଇଥିଲେ ଯେ ଏହି ଅଞ୍ଚଳ ର ଆଉ ୫ଜଣ ଙ୍କ ମୃତ୍ୟୁ ହୋଇଛି l ସେମାନଙ୍କ ପତା ମିଳିନି ଏଯାଏଁ l ସେମାନେ ଭୁଷ୍ଫଳନ ରେ ମାଟି ଓ ପଥର ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି ବୋଲି ପୁର୍ବତନ ମନ୍ତ୍ରୀ ବେହେରା ଅଭିଯୋଗ କରିଛନ୍ତି l ନିଖୋଜ ୫ଜଣ କୁହୁବାଡା ଗ୍ରାମର ବୋଲି କହିଛନ୍ତି ବେହେରା l ସେମାନେ ହେଲେ ଭୂମିକା ପ୍ରଧାନ, ବିଜୟ ପ୍ରଧାନ, ଅରୁଣ ପ୍ରଧାନ, ୫ବର୍ଷ ର ଝିଅ ପୂଜା ଓ ବର୍ଷକ ର ଶିଶୁ ବୋଲି ଜଣାପଡିଛି l ଏମାନ ଙ୍କ ର କୌଣସି ସନ୍ଧାନ ଏଯାଏଁ ମିଳିନି l ଏଣୁ ପ୍ରଶାସନ ପକ୍ଷରୁ ନିଖୋଜ ବ୍ୟକ୍ତି ମାନଙ୍କ ଠାବ କରିବାକୁ ପ୍ରଶାସନ ପକ୍ଷରୁ ସର୍ଚ୍ଚ ଅପରେସନ ଜୋରଦାର କରିବାକୁ ସେ ଦାବୀ କରିଛନ୍ତି l ସେହିପରି ମୃତକ ଙ୍କ ପରିବାର କୁ ଉପଯୁକ୍ତ କ୍ଷତି ପରିମାଣ ଦେବା ସହ କ୍ଷତି ଗ୍ରସ୍ତ ଲକୋଙ୍କୁ ଉପଯୁକ୍ତ ଥଇଥାନ ସହ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ବେହେରା ଦାବୀ କରିଛନ୍ତି l ତେବେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଛି, ଉଦ୍ଧାର କାର୍ଯ୍ୟ ଜାରି ରହିଛି l ପ୍ରାୟ ୧୫୦ଜଣ ଅଗ୍ନିଶମ ବିଭାଗ , ଓଡ଼ରlଫ, ପୋଲିସ୍, ସରକାରୀ କର୍ମଚାରୀ, ସ୍ୱେ ଛା ସେବି ମାନେ ଉଦ୍ଧାର କାର୍ଯ୍ୟ ରେ ନିୟୋଜିତ ହୋଇ ଥିବା ଜିଲ୍ଲା ପାଳ ବେଦ ଭୂଷଣ କହିଛନ୍ତି l ଜିଲାପାଳ ବେଦ ଭୂଷଣ ଙ୍କ ଉନ୍ନତ କାର୍ଯ୍ୟ ଶୈଳୀ, ଅକ୍ଲାନ୍ତ ପରିଶ୍ରମ, ନିଷ୍ଠା ପର ଉଦ୍ୟମ ଆନ୍ତରିକତା ସହ କାର୍ଯ୍ୟ କରୁଥିବାରୁ ଜିଲ୍ଲା ବାସୀ ଭୂୟସୀ ପ୍ରଶଂସା କରିଛନ୍ତି l

