ଖଜୁରୀପଡ଼ା:୨୬/୦୫,(ମନୋଜ କୁମାର ବେହେରା):କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ବିଜେପି ପକ୍ଷରୁ ମଣ୍ଡଳ ସଭାପତି ଶ୍ରୀ ରଞ୍ଜନ କହଁର ଙ୍କ ନେତୃତ୍ବ ରେ ବିଭିନ୍ନ ସ୍ଥାନ ରେ ଶକ୍ତି କେନ୍ଦ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକ ଟି ଖଜୁରୀପଡା, ଦଳପଡ଼ା, ଅରାପାଜୁ, ଆର୍ ନୂଆଗାଁ,ଦୁତିପଡ଼ା ଏବଂ ଦୂତିମେଣ୍ଡି ପଞ୍ଚାୟତ ଶକ୍ତି କେନ୍ଦ୍ର କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା । ଶକ୍ତି କେନ୍ଦ୍ର କୁ ଆହୁରି ମଜଭୁତ୍ କରିବା ଓ ଏସ୍.ଆଇ.ଆର୍ ସମ୍ପର୍କ ରେ ଆଲୋଚନା ହୋଇଥିଲା। ଆଗାମି ଦିନ ରେ ସଂଗଠନ ର କାର୍ଯ୍ୟଧାରା କୁ ଗ୍ରାମ୍ୟ ସ୍ତର ରେ ଅଧିକ ପ୍ରଭାଶାଳୀ କରିବା ପାଇଁ କାର୍ଯ୍ୟକର୍ତ୍ତା ମାନଙ୍କୁ ଅବଗତ କରାଯାଇଥିଲାଏବଂ ସମସ୍ତ ବୁଥ୍ କର୍ମକର୍ତା ଙ୍କ ସହ ସମନ୍ଵୟ ରକ୍ଷା କରି ସକ୍ରିୟ ଭାବେ କାର୍ଯ୍ୟ କରି ଦାୟିତ୍ୱ ତୁଲାଇବାକୁ କୁହା ଯାଇଥିଲା। ଏହି ଶକ୍ତି କେନ୍ଦ୍ର ବୈଠକ ରେ ସାଂସଦ ପ୍ରତିନିଧି ଶ୍ରୀ ମୋନୋଜ ପଣ୍ଡା, ବିଧାୟକ ପ୍ରତିନିଧି ଶ୍ରୀ ଅନନ୍ତ କୁମାର ଦିଗାଲ, ଜିଲ୍ଲା ପରିଷଦ ସଭ୍ୟା ଶ୍ରୀମତୀ ଉର୍ବଶୀ ଦିଗାଲ, ମଣ୍ଡଳ ସଧାରଣ ସମ୍ପାଦକ ଶ୍ରୀ ଦଶରଥ ସାହୁ, ସ୍ୱାସ୍ଥ୍ୟ ପ୍ରତିନିଧି ରାଇ କିଶୋର ପ୍ରଧାନ ,ଯୁବ ମୋର୍ଚ୍ଚା ସଭାପତି ସମୀର ପ୍ରସାଦ ଝାଙ୍କର, ଓବିସି ମୋର୍ଚ୍ଚା ସଭାପତି ରୋହିତ କୁମାର ପ୍ରଧାନ, ଏ.ସି ମୋର୍ଚ୍ଚା ସଭାପତି ବିଜୟ ସେଠୀ ପ୍ରମୂଖ ଯୋଗ ଦେଇଥିବାବେଳେ ପଞ୍ଚାୟତ ଶକ୍ତିକେନ୍ଦ୍ର ପ୍ରମୁଖ ଭାବେ ଗୋଲକ ବିହାରୀ ମଲ୍ଲିକ, ରଞ୍ଜନ ପ୍ରଧାନ, ବିଜୟ ସାହୁ ଏବଂ ବିସମ୍ବର ମଲ୍ଲିକ କାର୍ଯ୍ୟ ତୁଲାଇଥିଲେ। ଏଥି ସହିତ ସମସ୍ତ ବୁଥ ର କର୍ମକର୍ତ୍ତା ଯୋଗଦାନ କରିଥିଲେ।

