ଚିକିଟି, ୧୨/୦୬(ନିଗମାନନ୍ଦ ପଣ୍ଡା):ଚିକିଟି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ବାର୍ତ୍ତା ଦୀର୍ଘଦିନ ଧରି ଗ୍ରୀଷ୍ମ ଛୁଟି ପରେ ଚଳିତ ଶିକ୍ଷାବର୍ଷ ପାଇଁ ବିଦ୍ୟାଳୟ ଖୋଲିବା ପୂର୍ବରୁ ଚିକିଟି ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ପନ୍ନଗ ଭୂଷଣ ମାଝୀ ସମସ୍ତ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ଏକ ପ୍ରେରଣାଦାୟକ ବାର୍ତ୍ତା ପ୍ରଦାନ କରିଛନ୍ତି। ପବିତ୍ର ରଜ ସଂକ୍ରାନ୍ତିର ଶୁଭେଚ୍ଛା ଜଣାଇ ସେ ଗ୍ରୀଷ୍ମ ଅବକାଶ ସମୟରେ ବିଭିନ୍ନ ବିଭାଗୀୟ କାର୍ଯ୍ୟକ୍ରମରେ ଶିକ୍ଷକମାନଙ୍କ ସହଯୋଗକୁ ପ୍ରଶଂସା କରିଛନ୍ତି।ନୂଆ ପୋଷାକ, ନୂଆ ବହି ଓ ନୂଆ ଆଶା ନେଇ ବିଦ୍ୟାଳୟକୁ ଫେରୁଥିବା ଶିଶୁମାନଙ୍କ ପାଇଁ ସ୍ୱଚ୍ଛ, ସୁନ୍ଦର ଓ ଶିଶୁ-ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ସେ ଆହ୍ୱାନ ଜଣାଇଛନ୍ତି।ବିଦ୍ୟାଳୟରେ ଉତ୍ତମ ଶୈକ୍ଷିକ ବାତାବରଣ ଗଢ଼ି ତୋଳି ପ୍ରତ୍ୟେକ ଶିଶୁଙ୍କୁ ଆନନ୍ଦମୟ ଶିକ୍ଷା ପ୍ରଦାନ କରିବା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି।ବିଦ୍ୟାଳୟ ପୁନଃ ଖୋଲିବାକୁ ନେଇ ଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଥିବା ବେଳେ ବିଦ୍ୟାଳୟ ପରିବେଶ, ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମ କୁ ଠିକ ରୂପେ ପରିଚାଳନା ସକାଶେସମସ୍ତ ପ୍ରଧାନ ଶିକ୍ଷକ, ସହକାରୀ ଶିକ୍ଷକ ଙ୍କୁ ବିଇଓଙ୍କ ଏହି ବାର୍ତ୍ତା ଶିକ୍ଷକ ସମାଜ ମଧ୍ୟରେ ନୂତନ ଉତ୍ସାହ ସୃଷ୍ଟି କରିଛି।

