ଭଞ୍ଜନଗର,୧୪।୧୦(ନିଲୁ ବିଷୋୟୀ):ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ବୁଧବାର ଭଞ୍ଜନଗର ବ୍ଲକର ଡିହପଢ଼ାଳ ପଞ୍ଚାୟତରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ କରିଛନ୍ତି । ବିଧାୟକ ଶ୍ରୀ ନାୟକ ପ୍ରଥମେ ସାହାଣପଲ୍ଲୀରେ ଅଙ୍ଗନବାଡି ଗୃହ, ବେତାର ଗ୍ରାମରେ କୋଠ ଘର,ସାନତୁଳସୀପଲ୍ଲୀ ଓ ତୁଳସୀପଲ୍ଲୀରେ ଅଙ୍ଗନବାଡି ଗୃହ, ଡିହପଢ଼ାଳରେ ପଞ୍ଚାୟତ ସାଧନା କେନ୍ଦ୍ର, ଗ୍ରାମୀଣ ବଜାର ଗୃହ, ମୁକ୍ତାକାଶ ବ୍ୟାୟାମଶାଳା,ବେଣାକୁନ୍ଧାରେ ଭୋଗ ମଣ୍ଡପ ସମେତ ଅନ୍ୟ କିଛି ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦଘାଟନ କରିଥିଲେ। ରାଜ୍ୟ ସରକାରଙ୍କ ବିଭିନ୍ନ ଲୋକାଭିମୁଖୀ ଯୋଜନା ସମେତ ଧାର୍ମିକ ସ୍ଥଳି ଓ ଶିକ୍ଷାନୁଷ୍ଠାନ ଗୁଡିକର ରୁପାନ୍ତରିକରଣ,ମହିଳା ଶସକ୍ତିକରଣ,ଶିକ୍ଷା,ସ୍ବାସ୍ଥ୍ୟ,କ୍ରିଡା ଓ ଗମନାଗମନର ବିକାଶ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ପଦକ୍ଷେପ ନେଇଛନ୍ତି ବୋଲି ବିଧାୟକ ଶ୍ରୀ ନାୟକ କହିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଏବିଡିଓ ପୁର୍ଣ୍ଣଚନ୍ଦ୍ର ପାଢ଼ୀ, ସରପଞ୍ଚ ରୋଜି ବରାଡ, ସମିତିସଭ୍ୟା କୁନି ବିଷୋୟୀ, ଯନ୍ତ୍ରୀ ରବୀନ୍ଦ୍ର ନାୟକ ସମେତ ସରକାରୀ ଅଧିକାରୀ, ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି ଓ ଜନସାଧାରଣ ଉପସ୍ଥିତ ଥିଲେ।

