ଫୁଲବାଣୀ:୨୧/୦୪(ସୁନୀଲ ପଟ୍ଟନାୟକ):ସୋମବାର ରାତିରେ ପବିତ୍ର ଅଖିତୃତୀୟl ରେ ଶ୍ରୀ ଶ୍ରୀ ମା ନାରାୟଣୀ ଙ୍କୁ ବାଜା ବlଣ ସହ ବିଭିନ୍ନ ପ୍ରକାର ନାଚ ଗୀତ ସହ ବିଶାଳ ପଟୁଆର ରେ ଯାତ୍ରା ପଡ଼ିଆ କୁ ଅଣା ଯାଇଛି l ସାଂସଦ ସୁକାନ୍ତ କୁମାର ପାଣଗ୍ରାହୀ, ଫୁଲବାଣୀ ବିଧାୟକ ଉମା ଚରଣ ମଲ୍ଲିକ, ଜିଲାପାଳ ଏସପି, ଅତିରିକ୍ତ ଜିଲ୍ଲାପାଳ, ଏସ ଡିପିଓ, ଉପଜିଲ୍ଲାପାଳ,ନଗର ପାଳ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଙ୍କ ଉପସ୍ଥିତି ରେଯାତ୍ରା କମିଟି ସଭାପତି କାବୁଲl ସେନାପତି, ସମ୍ପାଦକ ସଂଜିତ ପାତ୍ର,ଉପସଭାପତି ସୁଜିତ ବେହେରା ଅର୍ଥ ସମ୍ପାଦକ କମଳ କୁମାର ବେହେରା ସାଂସ୍କୃତିକ ସମ୍ପାଦକ ଅଶୋକ ମହାନ୍ତି ଓ ସହ ସମ୍ପାଦକ୍, ଉପଦେଷ୍ଟା ପ୍ରମୁଖ ଙ୍କ ନେତୃତ୍ୱ ରେ ହଜାର ହଜାର ଭକ୍ତ ଓ ଶ୍ରଦ୍ଧାଳୁ ଯୋଗ ଦେଇ ବିରାଟ ପଟୁଆର ରେ ଶାନ୍ତି ଶୃଙ୍ଖଳା ର ସହ ମା ନାରାୟଣୀ ଙ୍କୁ ଯାତ୍ରା ପଡ଼ିଆ କୁ ଅଣାଯାଇଥିଲା l ଗତ କାଲି ସକାଳେ ମା ନାରାୟଣୀ ଙ୍କ ଭଊଣି ବ୍ରlହ୍ମଣ ଦେବି, ବରାଳ ଦେବୀ, ବ୍ୟାଘ୍ର ଦେବୀ, ଗ୍ରାମ ଦେବୀ ଓ ମା କାଳୀଙ୍କୁ ପଟୁଆର ରେ ଯାଇ ଆବାହନ କରି ଯାତ୍ରା ପଡ଼ିଆ କୁ ଅଣା ଯାଇଥିଲା l ଆସନ୍ତା କାଲି ଠୁ ମା ନାରାୟଣୀ ସାହି ପରିକ୍ରମା କରି ଭକ୍ତ ଙ୍କୁ ଦର୍ଶନ ଦେବେ l ଏହି ଯାତ୍ରା ମେ ୨୦ଯାଏ ଦୀର୍ଘ ଏକ ମାସ ଧରି ଚାଲିବ l

