ବୁଗୁଡ଼ା,୨୫/୦୫,(କୁମୁଦ ଚନ୍ଦ୍ର ବେହେରା):ସ୍ଥାନୀୟ ବୁଗୁଡ଼ାସ୍ଥିତ ବାସଭବନ ଠାରେ ଭାରତୀୟ ଜନତା ପାର୍ଟିର ଏକ ସ୍ବତନ୍ତ୍ର ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶମୂଳକ ନେତୃତ୍ବ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଜନହିତକର କାର୍ଯ୍ୟରେ ପ୍ରଭାବିତ ହୋଇ ଶଙ୍କୁର ଗ୍ରାମପଞ୍ଚାୟତର ସରପଞ୍ଚ ଶ୍ରୀ ସୁଶାନ୍ତ କୁମାର ରାଉତଙ୍କ ଉପସ୍ଥିତିରେ ଓଡ୍ର ଖଣ୍ଡାୟତ କାଳିଞ୍ଜି ସମାଜର ସଭାପତି ଶ୍ରୀ ଗୋପାଳ ସ୍ୱାଇଁ ଏବଂ ସମ୍ପାଦକ ଶ୍ରୀ ସୁଧୀର ପଟିଆଙ୍କ ସମେତ ଅଞ୍ଚଳର ୪୦ଟି ପରିବାର ଆନୁଷ୍ଠାନିକ ଭାବେ ଭାରତୀୟ ଜନତା ପାର୍ଟି (ବିଜେପି) ରେ ସାମିଲ ହୋଇଛନ୍ତି।ନେତୃବୃନ୍ଦ ସମସ୍ତ ନୂତନ ସଦସ୍ୟଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରି ବିଜେପି ପରିବାରକୁ ହାର୍ଦ୍ଦିକ ସ୍ବାଗତ ଜଣାଇଛନ୍ତି। ଏହି ନୂତନ ଯୋଗଦାନ ଦଳୀୟ ସଙ୍ଗଠନକୁ ତୃଣମୂଳ ସ୍ତରରୁ ଆହୁରି ସୁଦୃଢ଼ କରିବା ସହ ଜନସେବାର ସଂକଳ୍ପକୁ ଆଗାମୀ ଦିନରେ ଆହୁରି ମଜବୁତ କରିବ ବୋଲି ବୈଠକରେ ଦୃଢ଼ ବିଶ୍ବାସ ବ୍ୟକ୍ତ କରାଯାଇଛି। ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସମସ୍ତେ ମିଳିମିଶି କାର୍ଯ୍ୟ କରିବେ ବୋଲି ଏହି ଅବସରରେ ସଂକଳ୍ପ ନିଆଯାଇଛି।

