ବୁଗୁଡା:୬/୪,(କୁମୁଦ ଚନ୍ଦ୍ର ବେହେରା): ବୁଗୁଡା ନଗର ବିଜେପି ପକ୍ଷରୁ ଭାରତୀୟ ଜନତା ପାର୍ଟିର ୪୨ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ନଗର ସଭାପତି କେଦାର ନାଥ ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବରିଷ୍ଠ ଓକିଲ ହରପ୍ରସାଦ ଦାଶ, ଉପସଭାପତି ସୁଜନ କୁମାର ଦାଶ, ବିଧାୟକ ପ୍ରତିନିଧି ଯୁ ଯଜ୍ଞ ନାରାୟଣ ପାତ୍ର, ମହିଳା ମୋର୍ଚ୍ଚା ସଭାନେତ୍ରୀ ଡି ରେଶମା ପାତ୍ର, ଆସ୍ଥା ଚିନି ଶିଳ୍ପ ନିର୍ଦ୍ଦେଶକ ବସନ୍ତ କୁମାର ଦଳେଇ, କାର୍ଯ୍ୟକର୍ତ୍ତା କୃଷ୍ଣ ଚନ୍ଦ୍ର ମହାପାତ୍ର, ଆଲୋକ କୁମାର ଦାଶ, ପ୍ରଦୀପ କୁମାର ଦାଶ, ବିଚିତ୍ର ପାଣିଗ୍ରାହୀ ପ୍ରମୁଖ ମଞ୍ଚାସିନ ରହି ତୃଣମୂଳ ସ୍ତରରେ ଦଳକୁ ଆହୁରି ଶକ୍ତିଶାଳି କରିବାକୁ ସଂକଳ୍ପ କରିଥିଲେ । ସେହିପରି ବାଲିପଦର ମଣ୍ଡଳ ତରଫରୁ ପୋତାଲୁଣ୍ଠି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ବାଲିପଦର ମଣ୍ଡଳ ସଭାପତି ଭଗବାନ ଜେନାଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମଣ୍ଡଳ ପ୍ରଭାରୀ ସଂଜୟ କୁମାର ଜେନା, ମହେନ୍ଦ୍ର ପଣ୍ଡା, ରବିନ୍ଦ୍ର ପ୍ରଧାନ, ଶାନ୍ତନୁ ନାୟକ, ଭଗବାନ ବଢୁ, ନାରାୟଣ ସ୍ୱାଇଁ, କାହ୍ନୁ ଚରଣ ଗୌଡ, ସୁଶାନ୍ତ କୁମାର ସେଠୀ, ବାବୁଲା ସ୍ୱାଇଁ, ସମୀର ମଲିକଙ୍କ ସମେତ ଦଳୀୟ କାର୍ଯ୍ୟକର୍ତ୍ତା ଓ କର୍ମୀ ଉପସ୍ଥିତ ଥିଲେ।

