ଭଞ୍ଜନଗର,୦୧/୦୪(ନିଲୁ ବିଷୋୟୀ): ଭଞ୍ଜନଗର ସହରର ବିଭିନ୍ନ ହୋଟେଲ ଓ ବ୍ୟବସାୟିକ ପ୍ରତିଷ୍ଠାନରେ ବେଆଇନ ଭାବେ ମହଜୁଦ ରଖିଥିବା ଗ୍ୟାସ ସିଲିଣ୍ଡରକୁ ପ୍ରଶାସନ ପକ୍ଷରୁ ଚଢଉ କରି ଜବତ କରାଯାଇଛି। ଉପଜିଲ୍ଲାପାଳ ଉମାଶଙ୍କର ବେହେରାଙ୍କ ନିର୍ଦ୍ଦେଶରେ ଯୋଗାଣ ବିଭାଗ ପକ୍ଷରୁ ଚଢାଉ କରାଯାଇ ୧୫ ଟି ଘରୋଇ ଏବଂ ୯ ଟି ବାଣିଜ୍ୟିକ ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି। ବିଭିନ୍ନ ହୋଟେଲ ଏବଂ ଦୋକନରେ ବେଆଇନ ଭାବେ ଗ୍ୟାସ ସିଲିଣ୍ଡର ମହଜୁଦ ରଖିବା ନେଇ ପ୍ରଶାସନ ପକ୍ଷରୁ ଜଣାପଡିବା ପରେ ବୁଧବାର ଅତିରିକ୍ତ ଯୋଗାଣ ଅଧିକାରୀ ଶୁଭ୍ରଜିତ ସାମନ୍ତରାୟ,ଏମ୍ଆଇ ଶୁଭଶ୍ରୀ ବନଜା ଜେନାଙ୍କ ସମେତ ବେଲଗୁଣ୍ଠ ଓ ସୋରଡ଼ା ଅଧିକାରୀ ମାନେ ଉପସ୍ଥିତ ଥିଲେ। ଗ୍ୟାସ ସିଲିଣ୍ଡରର ଅନାଧିକୃତ ବ୍ୟବହାର, କଳାବଜାରୀ ଏବଂ ସୁରକ୍ଷା ନିୟମ ଉଲ୍ଲଂଘନ କରୁଥିବା ହୋଟେଲ ଓ ଦୋକାନ ଗୁଡିକୁ ଚିହ୍ନଟି କରି ଗ୍ୟାସ ସିଲିଣ୍ଡର୍ ଜବତ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

